Masthead

‘ଭଲପାଇବାର ମୂଲ୍ୟ ମୁଁ ସେବା ଜରିଆରେ ଦେବି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସରିଲା ଗଣତି । ଆସିଲା ରେଜଲ୍ଟ । ବାପାଙ୍କ ରେକର୍ଡ କାଟିଲେ ଦୀପାଲି । ବିପୁଳ ବ୍ୟବଧାନ ବିଜୟ ହାସଲ କରିଛନ୍ତି ଦୀପାଲ ଦାସ । ୪୮ହଜାର ୭୨୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦୀପାଳିଙ୍କୁ ୧ଲକ୍ଷ ୭ହଜାର ୬୦୩ ଭୋଟ୍ ମିଳିଛି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ । ବିଜୟୀ ହେବା ପରେ ଦୀପାଲି ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି ମୋ ଉପରେ ବିଶ୍ୱାସ ଓ ଭଲପାଇବାର ଆଶୀର୍ବାଦ ରଖିଥିବାରୁ ସମଗ୍ର ଝାରସୁଗୁଡାବାସୀ, ମାନ୍ୟବର ମୁଖ୍ୟନ୍ତ୍ରୀ ବରିଷ୍ଠ ନେତୃବୃନ୍ଦ ସମସ୍ତ କର୍ମୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ବାପାଙ୍କ ଆଶୀର୍ବାଦ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଆଗାମୀ ଦିନରେ ଝାରସୁଗୁଡାକୁ ବିକାଶର ଶିଖରରେ ପହଁଚାଇବାକୁ ମୋର ଉଦ୍ୟମ ଜାରି ରଖିବି। ସମସ୍ତଙ୍କ ଭଲପାଇବାର ମୂଲ୍ୟ ମୁଁ ସେବା ଜରିଆରେ ଦେବି। ଜୟ ଜଗନ୍ନାଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ