ମନ୍ତ୍ରୀ ଓ ଵିଧାୟକଙ୍କ କରୋନା ପରୀକ୍ଷା

୨୯ରୁ ବିଧାନସଭାରେ ଆରମ୍ଭ ହେଵ ମୌସୁମୀ ଅଧିବେଶନ । ଏଥିନିମନ୍ତେ ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । ଆଜିଠାରୁ ବିଧାୟକ ଓ ତାଙ୍କ ଡ୍ରାଇଭର ଓ ପିଏସ୍ଓଙ୍କ କରୋନା ଟେଷ୍ଟ ହେବ ।
କୋଭିଡ୍ ସତର୍କତା ଯୋଗୁଁ ସିଟ୍ ଆଗରେ କାଚ ଲାଗିଛି ।
ପ୍ରଥମ ଥର ପାଇଁ କିଛି ବିଧାୟକ ଦର୍ଶକ ଗ୍ୟାଲେରୀରେ ବସିବେ ।
୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକ ଭିଡିଓ କନଫରେନ୍ସିରେ ରହିପାରିବେ ।

ପ୍ରଶ୍ନକାଳ ବ୍ୟତିତ ଅନ୍ୟ ସବୁ ନିଷ୍ପତିକୁ ସର୍ବଦଳୀୟ ବୈଠକରେ ଗ୍ରହଣ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-ପ୍ରଶ୍ନକାଳ ବାତିଲ କରିବା ବେଆଇନ ଓ ଅସାମ୍ବିଧାନିକ । ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି-ବିଧାୟକ ଚାହିଁଲେ ପ୍ରଶ୍ନ କରିପାରିବେ ଏବଂ ମନ୍ତ୍ରୀ ଉତ୍ତର ରଖିପାରିବେ ।
ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ ଅଧିବେଶନ ।
ଚଳିତ ଅଧିଵେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ଗତ ୬ ମାସ ଭିତରେ ସରକାର ଆଣିଥିବା ୧୨ଟି ଅଧ୍ୟାଦେଶକୁ ବିଲ ଆକାରରେ ବିଧାନସଭାରେ ଉପସ୍ଥାପନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!