Masthead

ବାଏ ବାଏ ଏନଡିଏ: ଅକାଳୀ ଦଳ !

ମୋଦି ସରକାରଙ୍କୁ ବଡ ଝଟକା । କୃଷି ବିଲକୁ ବିରୋଧ କରି ଏନଡିଏକୁ ବାଏ ବାଏ କଲା ସହଯୋଗୀ ଅକାଳୀ ଦଳ । ଏନଡିଏର ସହଯୋଗୀ ଦଳ ଭାବେ ରହି ଆସିଥିବା ଅକାଳୀ ଦଳ କୃଷି ବିଲକୁ ବିରୋଧ କରି ମୋଦି ସରକାରରୁ ଅକାଳୀ ଦଳର ହରଶମିତ୍ କୌର କେନ୍ଦ୍ରମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା । ଦଳର କୋର କମିଟି ବୈଠକ ପରେ ଏନଡିଏ ଛାଡିବାକୁ ନିଷ୍ପତି ହୋଇଥିଲା । ପରେ ଏନଡିଏର ହାତ ଛାଡିବା ନେଇ ସୂଚନା ଦେଇଥିଲେ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ । କୃଷି ବିଲ୍ ପାରିତ ହେବା ପରଠାରୁ ଏହାକୁ ବିରୋଧ କରି ଆସୁଛି ଶିରୋମଣି ଅକାଳୀ ଦଳ । ଏପରିକି କଂଗ୍ରେସ, ତୃଣମୁଳ କଂଗ୍ରେସ ଭଳି ବିରୋଧୀ ଦଳ ମଧ୍ୟ ଏହି ବିଲକୁ ବିରୋଧ କରୁଛନ୍ତି । କଂଗ୍ରେସ ଏହି ବିଲ୍ ବିରୋଧରେ ସମଗ୍ର ଦେଶରେ ପ୍ରେସମିଟ୍ କରିଥିଲା । ପରେ ଦେଶର ଅଧିକାଂଶ ରାଜ୍ୟରେ ଚାଷୀ ମାନେ ରାସ୍ତାକୁ ଓହ୍ଲାଇଥିଲେ । କୃଷି ବିଲ୍ ବିଦେଶୀ ବ୍ୟବସାୟୀଙ୍କୁ ଫାଇଦା ଏବଂ ବିଲ୍ ଚାଷୀ ବିରୋଧୀ ବୋଲି କଂଗ୍ରେସ୍ ଲଗାତାର ଅଭିଯୋଗ କରି ଆସୁଛି । ଆଉ ଏଭଳି ସ୍ଥଳେ ଏନଡିଏର ହାତ ଛାଡି ମୋଦି ସରକାରକୁ ବଡ ଝଟକା ଦେଇଛି ଅକାଳୀ ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍