Masthead

ଜୀବନ ବଞ୍ଚାଇଲା ଜୀବନ ସାଥୀ

ସୋର (ବଡ଼ ଖବର ବ୍ୟୁରୋ): ଜୀବନ ବଞ୍ଚାଇଲା ଜୀବନ ସାଥୀ । ଟ୍ରେନ ଆଗକୁ ଡେଇଁ ଜୀବନ ହାରିବାକୁ ବସିଥିବା ଯୁବତୀଙ୍କ ଜୀବନ ରକ୍ଷା କରି ଜୀବନସାଥୀ କଲେ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ଘଟଣାଟି ଚଳଚିତ୍ରର କାହାଣୀ ପରି ଲାଗୁଥିଲେ ବି ସତ୍ୟ । ହିନ୍ଦି ଚଳଚିତ୍ର କୁଆଁରାରେ ଯେପରି ଅଭିନେତା ଗୋବିନ୍ଦା ଯୁବତୀକୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଉଦ୍ଧାର କରି ଯୁବତୀର ମିଛି ମିଛିକା ସ୍ବମୀର ଅଭିନୟ କରିଥିଲେ । ମାତ୍ର ଏଠି ଯୁବକ ଜଣକ ଯୁବତୀକୁ ଟ୍ରେନ ଲାଇନରୁ ଉଦ୍ଧାର କରି ତା’ର ଜୀବନ ବଞ୍ଚାଇ ତାକୁ ଜୀବନସାଥୀ କରିଛନ୍ତି ।

ସୁଚନା ଅନୁସାରେ, ଯୁବତୀ ଜଣଙ୍କ ସୋର ବ୍ଲକ୍ ବାଳଙ୍ଗ ପଞ୍ଚାୟତ ପନଦା ଅଞ୍ଚଳର ନାରାୟଣ ଦାସଙ୍କ ଝିଅ ତପସ୍ବିନୀ । ତାଙ୍କ ବିବାହକୁ ନେଇ ଘରୋଇ କଳି ହୋଇଥିଲା । ଯେଉଁଥିପାଇଁ ଆତ୍ମହତ୍ୟା କରିବା ପାଇଁ ନିଜ ଘରଠାରୁ ୭ କି.ମି ଦୂର ମୁଳିସିଂ ଲେବଲ୍ କ୍ରସିଂ ଗେଟ୍ ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟ କରିବାକୁ ଟ୍ରେନକୁ ଅପେକ୍ଷା କରିଥିଲେ । କିଛି ଲୋକ ଯୁବତୀକୁ ଅଟକାଇବାକୁ ଚେଷ୍ଟା କରୁଥିଲେ । ସେହି ବାଟ ଦେଇ କେଦାରପୁର ଅଞ୍ଚଳର ପୁରସ୍ତମ ସେଠୀଙ୍କ ପୁଅ ଖଗେନ୍ଦ୍ର ଯାଉଥିବା ବେଳେ ଖଗେନ୍ଦ୍ର ଯୁବତୀ ଜଣକୁ ଟ୍ରେନ୍ ଆଗରୁ ଉଦ୍ଧାର କରିଥିଲେ ।

ଖଗେନ୍ଦ୍ର ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବାରୁ ଖଗେନ୍ଦ୍ରଙ୍କୁ ବିବାହ କରିବାର ଜିଦ୍ କରିଥିଲେ ଯୁବତୀ। ବିବାହ ନକଲେ ପୁଣି ଆତ୍ମହତ୍ୟ କରିବାକୁ ଜିଦ କରିଥିଲେ । ଯୁବତୀ ଜଣକ ଜାତିଗୋତ୍ର, ଭେଦଭାବକୁ ଭୁଲି ବିବାହ କରିବାକୁ ନିଜ ଜିଦରେ ଅଟଳ ରହିଥିଲେ । ଖଗେନ୍ଦ୍ର ଯୁବତୀ ଜଣକୁ ନିଜ ଘରକୁ ଆଣିବା ପରେ ଉଭୟ ପରିବାର ଭଦ୍ରଲୋକଙ୍କ ଉପସ୍ଥିତିରେ ଖଗେନ୍ଦ୍ର ଓ ତପସ୍ବିନୀର ବିବାହ କରାଇବାକୁ ରାଜି ହୋଇଥିଲେ । ରବିବାର କ୍ଷେମେଶ୍ବର ମନ୍ଦିରରେ ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା। ଖଗେନ୍ଦ୍ର ତପସ୍ବିନୀର ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ଦେଇ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ