ହଠାତ ଘର ଭିତରେ ପଶିଗଲା କାର୍‌

ଉଦଳା (ବଡ଼ ଖବର ବ୍ୟୁରୋ): ଘର ଭିତରେ ପଶିଗଲା କାର। ଅଳ୍ପକେ ବର୍ତ୍ତିଗଲେ ୨ ଜଣ । ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗ୍ରାମରେ ଘଟିଛି ଏଭଳି ଘଟଣା। ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା ରାଢୋରୁ ଉଦଳା ଅଭିମୁଖେ ନିଜ କାରରେ ଆସୁଥିଲେ। ଗୁଡ଼ୁଗୁଡ଼ିଆ ଛକ ନିକଟରେ ଅଚାନକ ବାଇକ ଆରୋହୀ ଜଗବନ୍ଧୁ ପରିଡା ଗାଡି ସାମ୍ନାକୁ ଆସିବାରୁ ଭାରସାମ୍ୟ ହରାଇ ତାଙ୍କୁ ବଞ୍ଚାଇବାକୁ ଯାଇ କାରକୁ ବାମକୁ କାଟିଦେଇଥିଲେ। ଯାହାଫଳରେ କାର ସହିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସ୍ତା ତଳକୁ ଓହ୍ଲାଇ ଯାଇଥିଲେ ଏବଂ ସାମ୍ନାରେ ଥିବା ଏକ ଘର ଭିତରେ କାରଟି ପଶି ଯାଇଥିଲା।

ଏହି ସମୟରେ ଘର ଭିତରେ ଥିବା ୨ ଜଣ ବ୍ୟକ୍ତି ଘରର ବିପରୀତ ପାର୍ଶ୍ଵରେ ଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କାରଟି ଘର ଭିତରକୁ ପଶି ଯାଇଥିବା ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେପଟେ ବାଇକ ଚାଳକ ଗାଡ଼ିରୁ ପଡି ଆହତ ହୋଇ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ତେବେ ଏଭଳି ବଡ଼ ଦୁର୍ଘଟଣାରେ ଘରେ ଥିବା ୨ ଜଣଙ୍କ ସମେତ କାର୍ୟ୍ୟ ନିର୍ବାହୀ ଅଧିକାରୀ କେହି ଗୁରୁତର ଆହତ ହୋଇ ନାହାନ୍ତି। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କାର ଟିକୁ ଘର ଭିତରୁ ବାହାର କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ