Masthead

ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ନାରୀ ଶକ୍ତି ବନ୍ଧନ ଅଧି ନିୟମ ଆଇନ ୨୦୨୩କୁ କାର୍ୟ୍ୟକାରୀ କରିବା ପାଇଁ ସର୍ବ ସମ୍ମତି କ୍ରମେ ସଂକଳ୍ପ ପ୍ରସ୍ତାବ ପାରିତ ହେଲା । ଗୋଟିଏ ଦିନ ରେ ୧୩ଘଣ୍ଟା ୪୫ ମିନିଟ ଧରି ଚାଲିଲା ବିଧାନସଭା । ଗୁରୁବାର ଦିନ ୧୧ଟା ରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨ଟା ୪୫ପର୍ୟ୍ୟନ୍ତ ଚାଲିଥିବା ଦେଖିବାକୁ ମିଳିଛି । ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଦିନ ତମାମ ଗୃହରେ ହୋଇଛି ସରଗରମ ଆଲୋଚନା । ପ୍ରାୟ ୧୦ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ମହିଳା ସଂରକ୍ଷଣକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ।

ଶାସକ-ବିରୋଧୀଙ୍କ କଥା କଟାକଟି ଭିତରେ ବିଧାନସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂକଳ୍ପ ବାଚନିକ ଭୋଟରେ ପାରିତ ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିବାବେଳେ ରାତି ୧୨ଟା ୩୪ରେ ଏହି ସଂକଳ୍ପ ପାରିତ ହୋଇଥିଲା । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏହାକୁ ଆଗତ କରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏଥିରେ ସଂଶୋଧନ ଆଣିବାକୁ କହିଥିଲେ । ପରେ ଏହାକୁ ସଂଶୋଧନ କରିବା ସହିତ ପାରିତ କରାଯାଇଥିଲା । ଗୃହରେ ମହିଳା ଅଧିକାର ନେଇ ଆଲୋଚନା ଚାଲିଥିବାବେଳେ ବିରୋଧୀ ଦଳ ସଦସ୍ୟମାନେ ରାବଣ ଗେରୁଆ ବେଶରେ ଆସିଥିବା ପ୍ରସଙ୍ଗ ଉଠାଇଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାପସନ୍ଦ କରିଥିଲେ ।

ଏନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଜଣେ ବରିଷ୍ଠ ସଦସ୍ୟ ହୋଇ ଏଭଳି କହିବା ଶୋଭା ପାଉନି ବୋଲି ଦର୍ଶାଇଥିଲେ । ପରେ ଶ୍ରୀ ଆଚାର୍ଯ୍ୟ ଏହାର ଖଣ୍ଡନ କରିଥିଲେ । ତାଙ୍କ ବିବୃତ୍ତିକୁ ଭିନ୍ନ ଅର୍ଥରେ ଦର୍ଶାଯାଉଛି । ଭାରତୀୟ ସଂସ୍କୃତି ଓ ଗୈରିକ ରଙ୍ଗ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଅଛି ବୋଲି ସେ କହିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ କଂଗ୍ରେସ ଦଳର ଗୁଣ୍ଡା ଗର୍ଦ୍ଦି ଆଚରଣ ଶବ୍ଦକୁ ନାପସନ୍ଦ କରିଥିଲେ । ସମସ୍ତ ଦଳର ପ୍ରାୟ ୪୦ରୁ ଅଧିକ ବିଧାୟକ ଓ ବିଧାୟିକା ଆଲୋଚନାରେ ଭାଗ ନେଇଥିଲେ । ଅଧିବେଶନ ଶେଷରେ ବାଚସ୍ପତି ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଗୃହ ଆଲୋଚନାରେ ଭାଗ ନେଇଥିବା ସମସ୍ତ ବିଧାୟକଙ୍କ ସହ ଅନ୍ୟ ସରକାରୀ ଅଧିକାରୀ ଓ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ