ଆପ ଛାଡିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆପ ଛାଡିଲେ ରାଘବ ଚଡ୍ଡା । ଆପରୁ ଇସ୍ତଫା ସହ ବିଜେପିରେ ସାମିଲ । ପଞ୍ଜାବର ୩ ଆପ୍ ସାଂସଦଙ୍କ ଇସ୍ତଫା । ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ଛାଡିଲେ ଦଳ । ସମସ୍ତ ୩ ସାଂସଦ ବିଜେପିରେ ସାମିଲ ହେବେ । ୧୦ ସାଂସଦଙ୍କ ମଧ୍ୟରୁ ୭ଜଣ ବିଜେପି ଆସିବା ସମ୍ଭାବନା । ଦଳ ଛାଡ଼ିବା ପରେ ବର୍ଷିଛନ୍ତି ରାଘବ । ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟି ଦୁର୍ନୀତିଗ୍ରସ୍ତ ଲୋକଙ୍କ ହାତରେ ଅଛି। ତେଣୁ, ମୁଁ ଆପ ଏବଂ ଜନସାଧାରଣଙ୍କ ମଧ୍ୟରେ ଦୂରେଇ ଯାଉଛି । ରାଘବ ଚଢା କହିଛନ୍ତି, “ଆଜି ଆମେ ବିଜେପିରେ ମିଶୁଛୁ । ରାଜ୍ୟସଭାର ଦୁଇ-ତୃତୀୟାଂଶ ସାଂସଦ ବିଜେପିରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂକଳ୍ପରେ, ଆମେ ଏବେ ତାଙ୍କୁ ଅଟଳ ଭାବରେ ସମର୍ଥନ କରିବୁ । ଆମେ ଏଠାକୁ ଆମର କ୍ୟାରିଅର ଗଢ଼ିବାକୁ ଆସିନାହୁଁ, ବରଂ ଆମର କ୍ୟାରିଅରକୁ ପଛରେ ପକାଇବାକୁ ଆସିଛୁ ।” ସେପଟେ ସନ୍ଦୀପ ପାଠକ କହିଛନ୍ତି, “ଆମ ଆଦମୀ ପାର୍ଟିର ରାଜ୍ୟସଭାରେ ମୋଟ ୧୦ ଜଣ ସାଂସଦ ଅଛନ୍ତି, ଯାହାଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଆମ ସହିତ ଅଛନ୍ତି । ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ସେମାନଙ୍କର ଦସ୍ତଖତ ଦାଖଲ କରିଛୁ । ମୁଁ କେବେ କଳ୍ପନା କରି ନଥିଲି ଯେ ମୋ ଜୀବନରେ ଏହି ପରିସ୍ଥିତି ସୃଷ୍ଟି ହେବ। ମୁଁ ୧୦ ବର୍ଷ ଧରି ଏହି ଦଳ ସହିତ ଜଡିତ । ଆଜି, ମୁଁ ଆମ ଆଦମୀ ପାର୍ଟିରୁ ଅଲଗା ହେଉଛି।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!