Masthead

ମାସେ ନ ପୁରୁଣୁ ରାସ୍ତାରେ ଉଠୁଛି ଛେଲା ଛେଲା ପିଚୁ

ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି । ମାସେ ନ ପୁରୁଣୁ ରାସ୍ତାରେ ଉଠୁଛି ଛେଲା ଛେଲା ପିଚୁ । ଅସ୍ତରଙ୍ଗ କାକଟପୁର, ନୟାହାଟ ଚାରିଛକ ଦେଇ ଯାଇଥିବା ରାସ୍ତା ନିର୍ମାଣ ରେ ବ୍ୟାପକ ଦୃର୍ନିତି ହୋଇଥିବା ଏହି ଦୃଶ୍ୟ ବୟାନ କରୁଛି । ରାସ୍ତା ର୍ନିମାଣର କେଇ ମାସ ପରେ ରାସ୍ତାରେ ଦେଖିବାକୁ ମିଳୁଛି ଚକୁଳି ପିଠା ପରି ଉଠୁଥିବା ପିଚୁ । ଏଥିରୁ ଜଣାପଡୁଛି ଏହାର କାମ କେତେ ନିମ୍ନ ମାନର । ଅତି ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତ । ଏହି ରାସ୍ତାକୁ ଦେଖିଲେ ଲାଗୁଛି ରାସ୍ତା କାମକୁ ଆସିଥିବା ଟଙ୍କା କେଉଁଆଡେ ବାଟମାରଣା ହୋଇଯାଇଛି । ପ୍ରତି ଗାଁକୁ ରାସ୍ତା ନିର୍ମାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପରି ଅବ୍ୟବସ୍ଥା କେମିତି ସରକାରଙ୍କ ଆଖିରେ ପଡିଲା ନାହିଁ, ତାହା ଏବେ ଚିନ୍ତାର ବିଷୟ ।

ସେପଟେ କାକଟପୁର ବୋଇଟକୁଦ, ଅସ୍ତରଙ୍ଗ ନୂଆପଡା ଗ୍ରାମରେ ଏଭଳି ନିମ୍ନମାନର କାମ ହେବାର ଖବର ବଡ ଖବରରେ ପ୍ରସାରଣ ହୋଇଥିଲା । ଯାହାର ପ୍ରଭାବରେ ସେହି ରାସ୍ତାଗୁଡିକ ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏପରି ମହାଦୁର୍ନୀତି ପ୍ରଶାସନିକ ସ୍ତରରେ ଅଜଣାତରେ ହେଉଛି ନାଁ ସବୁ ଜଣିଶୁଣି ଚୁପ୍ ରହୁଛନ୍ତି ସରକାରୀ ଅଧିକାରୀ । ଯଦି ଏହାର ନିରପେକ୍ଷ ତଦନ୍ତ ହୁଏ ତେବେ ଘଟଣା ସମ୍ନାକୁ ଆସିଯିବ । ପୂର୍ବରୁ ବାଳକୃଷ୍ଣ ମହାନ୍ତି ନାମକ କଣ୍ଟ୍ରାକଟର ନିମ୍ନ ମାନର ରାସ୍ତା କାମ ପାଇଁ ସରକାର ତାଙ୍କୁ ଦଣ୍ଡିତ କରିବା ସହ ଲାଇସେନ୍ସକୁ ମଧ୍ୟ ରଦ୍ଦ କରିଥିଲେ । ପୁଣି କଭଳି ଭାବରେ ଏତେ ବଡ଼ କାମ ପାଇଁ ତାଙ୍କୁ ଦାୟୀତ୍ୱ ଦିଆଗଲା ବୋଲି ପ୍ରଶ୍ନ କରୁଛି ବିଜେପି । ଖାଲି ସେତିକି ନୁହେଁ ଏହା ଏକ ମୁଖ୍ୟ ରାସ୍ତା ହୋଇଥିବାବେଳେ ଏହି ବାଟ ଦେଇ ସ୍ଥାନୀୟ ମନ୍ତ୍ରୀ ତଥା ବିଧାୟକ ତୁଶାରକାନ୍ତ ବେହେରା ଯିବା ଆସିବା କରନ୍ତି କିନ୍ତୁ ଏଭଳି ଅବ୍ୟବସ୍ଥା କିପରି ତାଙ୍କ ନଜରକୁ ଆସୁନି କାହିଁକି ? ବୋଲି ପ୍ରଶ୍ନ କରୁଛି ସମାଜସେବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର