Masthead

ରୋଗପ୍ରତିରୋଧକ ଓ ଶକ୍ତିବର୍ଦ୍ଧକ ବାଉଁଶରେ ତିଆରି କୁକିଜ ।

ଆପଣ ଜାଣି ଖୁସିହେଵେ ଭାରତର ତ୍ରିପୁରାରେ ପ୍ରଥମ ଥର ଲଞ୍ଚ ହୋଇଛି ଏହି ବାମ୍ବୋ କୁକିଜ୍‌ । ବାଉଁଶ ଗଛର ଶାଖାକୁ ଛେଚି ଏହା ସହ ଅନ୍ୟ କେତେକ ସାମଗ୍ରୀ ମିଶାଇ ଏହି କୁକିଜ୍‌ ପ୍ରସ୍ତୁତ କରାଯାଏ । ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ବାଉଁଶ କୁକିଜ୍‌ ଲଞ୍ଚ କରିଛନ୍ତି ।
ଏ ଅବସରରେ ସେ କହିଛନ୍ତି, ବାଉଁଶରେ ପ୍ରସ୍ତୁତ କୁକିଜ୍‌ରେ କ୍ୟାଲୋରି ମାତ୍ରା କମ୍‌ ଥାଏ । ଏହା ମଧୁମେହ ଓ କର୍କଟ ଭଳି ରୋଗରୁ ସୁରକ୍ଷା ଦେବାରେ ମଧ୍ୟ ସାହାଯ୍ୟ କରେ । ବାଉଁଶ କୁକିଜ୍‌ ପ୍ରସ୍ତୁତ କରିବା ପାଇଁ ବାଉଁଶ ଶାଖାରେ ଅଟା, ଓ ବଟର ମିଶାଯାଏ । ବାଉଁଶ ଶାଖାରେ ପ୍ରୋଟିନ୍‌, ଭିଟାମିନ୍‌, ଫସ୍‌ଫରସ, କପର, ଜିଙ୍କ, ମ୍ୟଗ୍ନେସିୟମ୍‌ ଓ କର୍କଟରୋଧୀ ଗୁଣ ରହିଛି । ଏହା ରୋଗପ୍ରତିରୋଧ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ । ବାଉଁଶ ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ବାଉଁଶର ଯେଉଁ ପ୍ରକାର ବ୍ୟବହାର କରାଯାଏ, ତାକୁ ମୂଲି ଓ ତେରାଇ ବାଉଁଶ କୁହାଯାଏ । ଆମ ରାଜ୍ୟର ଆଦିଵାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣତ କଅଁଳ ଗଜା ଵାଉଁଶରୁ କରଡି ପ୍ରସ୍ତୁତ କରି ଖାଦ୍ୟ ରୂପେ ଵ୍ୟଵହାର କରିଥାନ୍ତି । ସେହିପରି କରଡି଼ରୁ ଆଚାର ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

ପୂର୍ବୋତ୍ତର ଭାରତ, ନେପାଳ, ଥାଇଲ୍ୟାଣ୍ଡ, ମ୍ୟାଁମାର, ବାଂଲାଦେଶ, ଜାପାନ, ଚୀନ୍‌ ଓ ତାଇୱାନ ଭଳି ଦେଶରେ ବାଉଁଶରେ ପ୍ରସ୍ତୁତ କୁକିଜ୍‌ର ଚାହିଦା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା