Masthead

ଦୁବାଇରେ ଫସିଛନ୍ତି ୧୬ ଓଡ଼ିଆ ଶ୍ରମିକ

ଖଲିକୋଟ (ବଡ଼ ଖବର ବ୍ୟୁରୋ):ଦୁବାଇରେ ଫସିଛନ୍ତି ଗଞ୍ଜାମର ୧୬ଓଡ଼ିଆ ଶ୍ରମିକ । ପାରିଶ୍ରମକି ମାଗିଲେ ମିଳୁଛି ନିର୍ୟାତନା । ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ତେନ୍ତୁଳିଆ, କୈଠଡା, ବାକୁଟୁଗାଁ, ଲଙ୍ଗଳେଶ୍ଵର ଓ ଗଞ୍ଜାମ ବ୍ଲକ ପାଲୁରୁ ଗ୍ରାମର ୨୦ ଜଣ ବ୍ୟକ୍ତି ୧୦ ମାସ ତଳେ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ଯାଇଥିଲେ । ଲଙ୍ଗଳେଶ୍ବର ଓ ବାକୁଟୁ ଗାଁର ଦୁଇ ଜଣ ଠିକାଦାର ଜଣଙ୍କ ପିଛା ଏକ ଲକ୍ଷ ଦଶ ହଜାର ଟଙ୍କା ନେଇ ସେମାନଙ୍କୁ ଟୁରିଷ୍ଟ ଭିସାରେ ଦୁବାଇ ପଠାଇ ଥିବା ଅଭିଯୋଗ ହୋଇଛି । ତେବେ ସେଠାରେ କାମ କରିବା ପରେ କମ୍ପାନୀ ଠିକ ଭାବେ ସେମାନଙ୍କୁ ପାରିଶ୍ରମିକ ଦେଉନାହିଁ ।

୩ /୪ ମାସରେ ଗୋଟିଏ ମାସର ଦରମା ଦିଆଯାଉଥିବା ବେଳେ ଖାଇବା ଅତ୍ୟନ୍ତ ନିମ୍ନମାନର ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ପାରିଶ୍ରମିକ ଟଙ୍କା ମାଗିଲେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିର୍ୟାତନା ଦେଉଛନ୍ତି। ବର୍ତମାନ ସେଠାରୁ ୪ଜଣ ଫେରି ଆସିଥିବା ବେଳେ ଆଉ ୧୬ଜଣ ଫସି ରହିଛନ୍ତି । ଫସିଥିବା ଓଡ଼ିଆ ଶ୍ରମିକ ମାନେ ଗ୍ରାମକୁ ଫେରିବାକୁ ଚାହିଁଲେ ମଧ୍ୟ କମ୍ପାନୀ ଛାଡୁନାହିଁ । ତେବେ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଭେଜିପୁଟ ଫାଣ୍ଡିରେ ଏତଲା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ