Masthead

ସାରା ରାଜ୍ୟ ଲକଡାଉନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନାକୁ ବେଲଗାମ ଲଗାମ କରିବା ପାଇଁ ଆଜି ଠାରୁ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ କୌଣସି ପ୍ରକାରରେ ରୋକ ଲାଗୁନି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ମଧ୍ୟ ରେକର୍ଡ ପାର କରିଛି । ଏହି କରୋନାର ଚେନକୁ ବ୍ରେକ କରିବା ପାଇଁ ସରକାର ପୂରା ଓଡିଶାକୁ ତାଲା ବନ୍ଦ କରିଛନ୍ତି ।

କିଛି ଜରୁରୀସେବାକୁ ଏହି ଲକଡାଉନରୁ ବାଦ ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ ଉପରେ କଟକଣା ଲଗାଯାଇଛି । ସରକାରଙ୍କ ଘୋଷଣା ଅନୁସାରେ ସକାଳ ୬ ରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀର ଦୋକାନ ଖୋଲା ରହିଥିଲା । ବସ ସେବା ବନ୍ଦ ଥିବା ବେଳେ ଖାଁ ଖାଁ ହୋଇଛି ରାଜ୍ୟର ସମସ୍ତ ବସଷ୍ଟାଣ୍ଡ । କିଛି ଜାଗାରେ ଲୋକମାନେ ଚାଲିଚାଲି ବଜାର ଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । କାଁ ଭାଁ କିଛି ମାର୍କେଟରେ ଲୋକଙ୍କ ଗହଳି ଥିବା ବେଳେ ୧୨ଟା ପରେ ସଂପୂର୍ଣ୍ଣ ବନ୍ଦ ରହିଛି ସାରା ଓଡିଶା ଜରୁରି ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ନିଜ ଆଇ କାର୍ଡ ଦେଖାଇ ଯିବା ଆସିବା କରୁଛନ୍ତି । ଲକଡାଉନର ପ୍ରଭାବ ଓଡିଶାର ସବୁ ସ୍ଥାନରେ ଦେଖିବାକୁ ମିଳିଛି । ଟ୍ୱିନ ସିଟିରେ ମଧ୍ୟ ଲକଡାଉନକୁ କଡାକଡି ଭାବେ ପାଳନ କରାଯାଉଛି ।

ବିଭିନ୍ନ ଛକରେ ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଙ୍ଗ କରାଯାଉଛି । ଯାତୟାତ ସମସ୍ତ ପ୍ରମାଣପତ୍ରକୁ ତନତନ କରି ଯାଂଚ କରାଯାଉଛି । ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସକାଳ ୭ଟାରୁ ସହରର ୫୩ଟି ସ୍ଥାନରେ ଚେକିଂ ଚାଲିଛି । ୪୦ରୁ ୫୦ଜଣଙ୍କଠାରୁ ଫାଇନ ଆଦାୟ ହୋଇଛି । ଅନ୍ୟପଟେ ଘରକୁ ଯାଇ ଅଭିଯୋଗ ଶୁଣିଛି କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ । ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ । ଏହାସହ ଅମାନିଆ ହୋଇ, ତାଲାବନ୍ଦ ବେଳେ ବଜାରରେ ବୁଲିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ତେବେ ପ୍ରଶାସନ ଯେତେ କଠୋର କାର୍ଯ୍ୟନୁଷ୍ଟାନ ଗ୍ରହଣ କଲେ ମଧ୍ୟ ଲକୋମାନେ ସଚେତନ ହେବା ନିହାତି ଦରକାର । ତାହେଲେ ହିଁ ଆମେ ଏହି କରୋନା ଚେନକୁ ଭାଙ୍ଗି ପାରିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା