Masthead

ନନ୍ଦନକାନନ ଜନ୍ତୁଙ୍କ ସୁରକ୍ଷାକୁ ନେଇ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନାର ପ୍ରଥମ ଲହର ପରେ, ଦ୍ୱିତୀୟ ଲହର । ଲକ୍ଷଲକ୍ଷ ଲୋକଙ୍କ ମୁଣ୍ଡ ନେଲାପରେ ଏବେ ପ୍ରାଣୀଜଗତ ଉପରେ ଆରମ୍ଭ କରିଛି ତାଣ୍ଡବ । ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ୮ଟି ସିଂହ କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରିୟ ଚିଡିଆଖାନା କର୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ଆରମ୍ଭ ହୋଇଛି । ନନ୍ଦନକାନନର ଜନ୍ତୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେଇଛନ୍ତି କଡ଼ା ପଦକ୍ଷେପ । ସାରା ଦେଶରେ ହୁ ହୁ ହୋଇ ମାଡି ଚାଲିଛି କରୋନା । କରୋନାର ଦ୍ୱିତୀୟ ଲହର ଲୋକଙ୍କ ପରେ ଏବେ ଭାରି ପଡ଼ିଛି ଜୀବଜନ୍ତୁଙ୍କ ଉପରେ । ପଶୁଙ୍କୁ ଘାରିଛି କରୋନା । କରୋନା ଏବେ ପ୍ରାଣୀଜଗତ ଉପରେ ଆରମ୍ଭ କରିଛି କାୟାବିସ୍ତାର । ହାଇଦ୍ରାବାଦର ଜୁଲୋଜିକାଲ ପାର୍କରେ ୮ସିଂହ ଏବେ କରୋନା ପଜିଟିଭ । ଯାହା କେନ୍ଦ୍ରୀୟ ଚିଡିଆଖାନା କର୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସେପଟେ ନନ୍ଦନକାନନ ପ୍ରାଣୀଉଦ୍ୟାନର ଜନ୍ତୁମାନେ ଯେପରି କରୋନା ମହାମାରୀର ଶିକାର ନହୁଅନ୍ତି ସେଥିପ୍ରତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ ନନ୍ଦନକାନନ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଣିଷଙ୍କ ଠାରୁ ଯେପରି ଜନ୍ତୁମାନଙ୍କୁ କରୋନା ନବ୍ୟାପେ ସେଥିପ୍ରତି ପ୍ରତ୍ୟେକ ଜନ୍ତୁରକ୍ଷକମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ଇତ୍ୟାଦି ବ୍ୟବହାର କରିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନିର୍ଦ୍ଦେଶ ଦେଇଛନ୍ତି । ମଣିଷଙ୍କ ଠାରୁ ଜନ୍ତୁମାନଙ୍କୁ ଏହି ସଂକ୍ରମଣ ବ୍ୟାପୁଛି । ବିଶେଷକରି ବିଲେଇ ଜାତୀୟ ପ୍ରାଣୀ ଯଥା ବାଘ, ସିଂହ, ବିଲେଇ, ମାଙ୍କଡ ଆଦି ଜନ୍ତୁମାନଙ୍କ ଠାରେ ଏହି ଭାଇରସ ଶିଘ୍ର ସଂକ୍ରମଣ ହୋଇଥାଏ । ନନ୍ଦନକାନନର ଜନ୍ତୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି କଡ଼ା ନିର୍ଦ୍ଦେଶ ଦେିଛନ୍ତି କେନ୍ଦ୍ରୀୟ ଚିଡିଆଖାନା କର୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ