Masthead

ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୨୦୦୦ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ । ମୃତ୍ୟୁ ସଂଖ୍ୟା ୨୦୦୦ହଜାରକୁ ବୃଦ୍ଧି । ହଜାର ହଜାର ଲୋକ ଆହତ ହୋଇଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ହୋଇଥିବା ସବୁଠାରୁ ଏହା ଭୟଙ୍କର ଭୂକମ୍ପ ବୋଲି ତାଲିବାନ ସରକାର କହିଛି । ଭୂକମ୍ପରେ ପ୍ରାୟ ୬ ଟି ଗାଁ ନଷ୍ଟ ହୋଇଯାଇଛି ଏବଂ ଶହ ଶହ ନାଗରିକଙ୍କୁ ଆବର୍ଜନା ତଳେ ପୋତି ହୋଇ ରହିଛନ୍ତି । ପଶ୍ଚିମ ଆଫଗାନିସ୍ତାନର ହେରତ ପ୍ରଦେଶରେ ହୋଇଥିବା ଏହି ଭୂମିକମ୍ପରେ ସର୍ବାଧିକ ତୀବ୍ରତା ୬.୩ ଥିଲା ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି । ହେରତର ଜିନ୍ଦା ଜାନ୍ ଜିଲ୍ଲାରେ ୭.୭ କିଲୋମିଟର ଗଭୀରତାରେ ୫.୯ ତୀବ୍ରତାର ସଦ୍ୟତମ ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟବର୍ତ୍ତୀ ପ୍ରଦେଶ ଫରାହ ଏବଂ ବାଦଗିସରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ବିଶେଷକରି ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ଅଞ୍ଚଳ ଭୂକମ୍ପପ୍ରବଣ, ଯାହା ୟୁରେସିଆନ ଏବଂ ଭାରତୀୟ ଟେକ୍ଟୋନିକ୍ ପ୍ଲେଟର ମିଶ୍ରଣ ନିକଟରେ ଅବସ୍ଥିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ