Masthead

ପୁଣି ଚର୍ଚ୍ଚାରେ ରାମଦେବ ଓ ବାଳକୃଷ୍ଣ, ଏଥର ପୁଣି କି ମନ୍ତବ୍ୟ ରଖିଲେ ଜାଣନ୍ତୁ…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଡିଫେନ୍ସ ରିସର୍ଚ୍ଚ ଅଫ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ପ୍ରସ୍ତୁତ କରିଥିବା କରୋନା ଔଷଧ ଟୁ-ଡିଜିକୁ ପ୍ରଥମେ ପତଞ୍ଜଳି ଗବେଷକ ମାନଙ୍କ ଦ୍ୱାରା ଅଧ୍ୟୟନ କରାଯାଇଥିଲା । ଏପରି ମନ୍ତବ୍ୟ ରଖି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆଚାର୍ଯ୍ୟ ବାଳକୃଷ୍ଣ । ସେ କହିଛନ୍ତି କୋଭିଡ୍‌-୧୯ ପାଇଁ କରାଯାଉଥିବା ଅଧିକାଂଶ ଗବେଷଣାରେ ପତଞ୍ଜଳି ପ୍ରାରମ୍ଭିକ କେନ୍ଦ୍ର ହୋଇଥିବାରୁ ଆମ୍ଭେ ଅତ୍ୟନ୍ତ ଆନନ୍ଦିତ।

https://twitter.com/Ach_Balkrishna/status/1391273244137644032

‘ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌’ର ପରିଚାଳନା ନିର୍ଦେଶକ ଏବଂ ‘ହରିଦ୍ବାର ପତଞ୍ଜଳି ଯୋଗପୀଠ’ର ସହ-ସଂସ୍ଥାପକ ଆଚାର୍ୟ୍ୟ ବାଳକୃଷ୍ଣ ଅନ୍ୟ ତିନିଜଣ ଗବେଷକଙ୍କ ସହ ମିଶି ଲେଖିଥିବା ଉକ୍ତ ଗବେଷଣା ପତ୍ରର ଫଟୋ ମଧ୍ୟ ସେୟାର୍‌ କରିଛନ୍ତି। ସେହିପରି ଯୋଗ ଗୁରୁ ରାମଦେବ ମଧ୍ୟ କହିଛନ୍ତି, କୋଭିଡ୍‌-୧୯ର ସମସ୍ତ ଗବେଷଣାରେ ପତଞ୍ଜଳି ପ୍ରାରମ୍ଭ ହେଉଥିବାରୁ ଗୌରବାନ୍ବିତ ମନେକରୁଛି। ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦର ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟେରି’ର ସହଯୋଗରେ ‘ଡିଆର୍‌ଡିଓ’ର ଲାବ୍ରୋଟେରି ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିଅର୍‌ ମେଡିସିନ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍‌ସେସ୍‌’ କୋଭିଡ୍‌-୧୯ ନିରୋଧୀ ଔଷଧ ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍‌ (ଟୁ-ଡିଜି)’ ପ୍ରସ୍ତୁତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା