Before Header

ପୁଣି ଚର୍ଚ୍ଚାରେ ରାମଦେବ ଓ ବାଳକୃଷ୍ଣ, ଏଥର ପୁଣି କି ମନ୍ତବ୍ୟ ରଖିଲେ ଜାଣନ୍ତୁ…

0 63

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଡିଫେନ୍ସ ରିସର୍ଚ୍ଚ ଅଫ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ପ୍ରସ୍ତୁତ କରିଥିବା କରୋନା ଔଷଧ ଟୁ-ଡିଜିକୁ ପ୍ରଥମେ ପତଞ୍ଜଳି ଗବେଷକ ମାନଙ୍କ ଦ୍ୱାରା ଅଧ୍ୟୟନ କରାଯାଇଥିଲା । ଏପରି ମନ୍ତବ୍ୟ ରଖି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆଚାର୍ଯ୍ୟ ବାଳକୃଷ୍ଣ । ସେ କହିଛନ୍ତି କୋଭିଡ୍‌-୧୯ ପାଇଁ କରାଯାଉଥିବା ଅଧିକାଂଶ ଗବେଷଣାରେ ପତଞ୍ଜଳି ପ୍ରାରମ୍ଭିକ କେନ୍ଦ୍ର ହୋଇଥିବାରୁ ଆମ୍ଭେ ଅତ୍ୟନ୍ତ ଆନନ୍ଦିତ।

‘ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌’ର ପରିଚାଳନା ନିର୍ଦେଶକ ଏବଂ ‘ହରିଦ୍ବାର ପତଞ୍ଜଳି ଯୋଗପୀଠ’ର ସହ-ସଂସ୍ଥାପକ ଆଚାର୍ୟ୍ୟ ବାଳକୃଷ୍ଣ ଅନ୍ୟ ତିନିଜଣ ଗବେଷକଙ୍କ ସହ ମିଶି ଲେଖିଥିବା ଉକ୍ତ ଗବେଷଣା ପତ୍ରର ଫଟୋ ମଧ୍ୟ ସେୟାର୍‌ କରିଛନ୍ତି। ସେହିପରି ଯୋଗ ଗୁରୁ ରାମଦେବ ମଧ୍ୟ କହିଛନ୍ତି, କୋଭିଡ୍‌-୧୯ର ସମସ୍ତ ଗବେଷଣାରେ ପତଞ୍ଜଳି ପ୍ରାରମ୍ଭ ହେଉଥିବାରୁ ଗୌରବାନ୍ବିତ ମନେକରୁଛି। ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦର ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟେରି’ର ସହଯୋଗରେ ‘ଡିଆର୍‌ଡିଓ’ର ଲାବ୍ରୋଟେରି ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିଅର୍‌ ମେଡିସିନ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍‌ସେସ୍‌’ କୋଭିଡ୍‌-୧୯ ନିରୋଧୀ ଔଷଧ ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍‌ (ଟୁ-ଡିଜି)’ ପ୍ରସ୍ତୁତ କରିଛି।

Leave A Reply

Your email address will not be published.