Before Header

ବାହାନଗା ଟ୍ରେନ ଟ୍ରାଜେଡି,୪ ମାସ ପରେ ବି ଏମ୍ସରେ ମୃତଦେହକୁ ସଂରକ୍ଷିତ ରଖାଯାଇଛି

0 34

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ବାହାନଗା ଟ୍ରେନ ଟ୍ରାଜେଡି । ଅଚିହ୍ନା ହୋଇ ରହିଥିବା ୨୮ମୃତଦେହର କରାଯିବ ସତ୍କାର । ୪ ମାସ ପରେ ବି ଏମ୍ସରେ ମୃତଦେହକୁ ସଂରକ୍ଷିତ ରଖାଯାଇଛି । ଡିଏନଏ ଟେଷ୍ଟ ପରେ ମଧ୍ୟ ସେମାନଙ୍କ ପରିଚୟ ମିଳିନାହିଁ । ସେମାନଙ୍କ ମୃତଦେହ ନେବାପାଇଁ ମଧ୍ୟ କେହି ଆସି ନାହାନ୍ତି । ଭରତପୂର ଶ୍ମଶାନରେ ଏହି ମୃତକଙ୍କ ସାମୂହିକ ଅନ୍ତିମ ସଂସ୍କାର ପାଇଁ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି । ମୃତଦେହ ଗୁଡ଼ିକର ସମୂହ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି। ଆଗାମୀ ଦିନେ ଦୁଇ ଦିନ ଭିତରେ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଅଚିହ୍ନା ମୃତଦେହଗୁଡ଼ିକର ସଂସ୍କାର ପାଇଁ ପ୍ରସ୍ତୁତ ହେଉଛି ବିଏମସି।

Leave A Reply

Your email address will not be published.