Masthead

‘ଇଣ୍ଡିଆ’ମେଣ୍ଟ ସରକାର ଗଢିବ : ଖଡ଼ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଥର ନିର୍ବାଚନରେ ବିଜେପିର ବିଦାୟ । ‘ଇଣ୍ଡିଆ’ ମେଣ୍ଟ ମଜଭୂତ ସ୍ଥିତିରେ ରହିଛି । ଏଥର ଇଣ୍ଡିଆ ମେଣ୍ଟ ଜୁନ ୪ରେ ସରକାର ଗଠନ କରିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲୋକସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ନିର୍ବାଚନର ୪ ପର୍ୟ୍ୟାୟ ଶେଷ ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଜୁନ ୪ ପରେ ସରକାର ଗଢ଼ିବ ବୋଲି ଖଡ଼ଗେ କହିଛନ୍ତି । ବୁଧବାର ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ଖଡ଼ଗେ ଲକ୍ଷ୍ନୌରେ ଏକ ଖବରଦାତା ସମ୍ମିଳନୀ କହିଛନ୍ତି ଯେ ଦେଶରେ ନିର୍ବାଚନର ୪ ପର୍ୟ୍ୟାୟ ଶେଷ ହୋଇଛି । ବିରୋଧୀ ମେଣ୍ଟ ମଜଭୂତ ସ୍ଥିତିରେ ଅଛି । ପୁରା ବିଶ୍ୱାସରେ କହିବାକୁ ଚାହୁଁଛି ଯେ ହିନ୍ଦୁସ୍ତାନର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦାୟ ନିଶ୍ଚିତ କରିଛନ୍ତି । ଜୁନ ୪ରେ ମେଣ୍ଟ ନୂଆ ସରକାର ଗଢ଼ିବାକୁ ଯାଉଛି ।

ଏହାଛଡ଼ା ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ସେ ସର୍ବଦା ନିଜର ଶକ୍ତି ବିଷୟରେ କଥା ହୁଅନ୍ତି । ହେଲେ ବାରମ୍ବାର ସମ୍ବିଧାନ ବଦଳାଇବା ନେଇ କହୁଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କାହିଁକି ନେଉ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ