Masthead

ଓଡ଼ିଶାରେ ବିଜେପିର ହେଭିୱେଟଙ୍କ ଘନ ଘନ ପ୍ରଚାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପାଇଁ ଏବେ ସାରା ଓଡ଼ିଶାରେ କମ୍ପନ । ରାଜନୈତିକ ଦଳ ବିଜୟ ପାଇଁ ଜାରି ରଖିଛନ୍ତି ମାରାଥନ୍ ପ୍ରଚାର । ଦଳକୁ ମଜଭୁତ କରିବା ସହ କରୁଛନ୍ତି ଭୋଟ ଭିକ୍ଷା । ଓଡ଼ିଶାରେ ଗାଦି ହାତେଇବା ପାଇଁ କରୁଛନ୍ତି ଘନ ଘନ ପ୍ରଚାର । ଦେଉଛନ୍ତି ବିଭିନ୍ନ ଗ୍ୟାରେଣ୍ଟି । ତେବେ ଆଜି ଓଡ଼ିଶାରେ ଅମିତ ଶାହ ଓ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବାବେଳ ପୁଣି ୧୭ରେ ଓଡ଼ିଶଶ ଆସିବେ ଅମିତ ଶାହ ।

ଖାଲି ଅମିତ ଶାହ ନୁହନ୍ତି ୧୬ ଏବଂ ୧୭ରେ ଓଡ଼ିଶାରେ ହିମନ୍ତ ବିଶ୍ୱଶର୍ମାଙ୍କ ରହିଛି ମାରାଥନ ପ୍ରଚାର । ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ । କାଲି ବ୍ରଜରାଜନଗର, ବଣାଇ, ଅତାବିରା, ଜଟଣୀରେ ସଭା ଥିବାବେଳେ ୧୭ରେ କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସଭା ରହିଛି । ସେହିଭଳି ପୁଣି ୧୭ରେ ଆସିବେ ଅମିତ ଶାହ । ଆଜି ଅମିତ ଶାହଙ୍କ କଟକରେ ରୋଡ୍‌ ସୋ’ କାର୍ଯ୍ୟକ୍ରମ ରହିଛି । ଆଜି ପରେ ପୁଣି ୧୭ ତାରିଖରେ ଓଡ଼ିଶା ଆସିବେ ଅମିତ । ୧୭ ତାରିଖରେ ରାଉରକେଲାରେ ଶାହଙ୍କ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ନିର୍ବାଚନ ପ୍ରଚାରରେ ଆସୁଛନ୍ତି ଛତିଶଗଡ଼, ରାଜସ୍ଥାନ ମୁଖ୍ୟମନ୍ତ୍ରୀ । କାଲି ବିଷ୍ଣୁଦେବ ସାଏଙ୍କ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା ଥିବାବେଳେ ୧୭ରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରରେ ସଭା କରିବେ ସାଏ । ସେହିପରି ୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ୩ଟି ସ୍ଥାନରେ ସଭା କରିବେ । ୧୭ରେ ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ ଭଜନଲାଲ । ଅନ୍ୟପଟେ ୧୭ରେ ଓଡ଼ିଶା ଆସୁଛନ୍ତି ହେମା ମାଳିନୀ । ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତର ଭୁବନେଶ୍ୱର, କିଶନ ନଗର, ପିପିଲିରେ ସଭାରେ ଯୋଗ ଦେବାର କାର୍ଯ୍ରକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ