Masthead

ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଝଟକା । ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତାଫା ଦେବାପରେ ସେ କହିଛନ୍ତି ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ଦୀପକ ବାବରିଆ ବାରମ୍ବାର ତାଙ୍କ କାମରେ ହସ୍ତକ୍ଷେପ କରୁଥିଲେ ତେଣୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ପାର୍ଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି । ଇସ୍ତାଫା ପତ୍ରରେ ସେ ଲେଖିଛନ୍ତି ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉନାହିଁ । ସେ ଦଳରେ ନିଜକୁ ପଙ୍ଗୁ ଭଳି ଅନୁଭବ କରୁଛନ୍ତି ତେଣୁ ଆଗକୁ ଦିଲ୍ଲୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବାରେ ଅସମର୍ଥ ବୋଲି ସେ କହିଛନ୍ତି । ଏଥିସହ ଇସ୍ତଫା ଦେବାର ଅନ୍ୟ ଏକ କାରଣ ମଧ୍ୟ ଦର୍ଶାଇଛନ୍ତି ଲଭଲି । ସେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି  ସହ କଂଗ୍ରେସର ମେଣ୍ଟ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ବିରୁଦ୍ଧରେ ଏକାଧିକ ଅଭିଯୋଗ ଉଠାଇ ଆପ୍ ଗଠନ ହୋଇଥିଲା, ସେହି ଦଳ ସହ କଂଗ୍ରେସ କିପରି ଗଠବନ୍ଧନ ହୋଇପାରିଲା?

ଏହାକୁ ନେଇ ଦୀପକ ବାବରିଆଙ୍କ ପ୍ରତିକ୍ରିୟା ଆସିଛି  । ଯେଉଁଥିରେ ସେ କହିଛନ୍ତି  କେଉଁ ଚାପର ସମ୍ମୁଖୀନ ହେଉଛନ୍ତି ମୁଁ କହି ପାରିବି ନାହିଁ କିନ୍ତୁ ସେ ଖୁବ୍ ଶୀଘ୍ର କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବେ ଏବଂ ଦିଲ୍ଲୀରେ ନୂତନ ନେତୃତ୍ୱ ପାଇବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଗକୁ ବଢ଼ିପାରେ ତାତି 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ଆଗକୁ ବଢ଼ିପାରେ ତାତି 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା