Before Header

୬୦୨ କୋଟି ଟଙ୍କାର ଡ୍ରଗ୍ସ ଜବତ,୧୪ ପାକିସ୍ତାନୀ ନାଗରିକ ଗିରଫ

0 11

ଗୁଜରାଟ (ବଡ଼ ଖବର ବ୍ୟୁରୋ):ଗୁଜରାଟ ତଟରେ ଜବତ ହେଲା ୮୬ କିଲୋଗ୍ରାମ ଡ୍ରଗ୍ସ । ଜବତ ହେଇଥିବା ଏହି ଡ୍ରଗ୍ସର ମୂଲ୍ୟ ପାଖାପାଖି ୬୦୨ କୋଟି ବୋଲି ଅନୁମାନ କରାଯାଉଛି । ଏଟିଏସ୍ ଏବଂ ଏନସିବିର ଏହି ମିଳିତ କାର୍ୟ୍ୟାନୁଷ୍ଠାନରେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି ।

ଅପରେସନ୍ ସମୟରେ ଗିରଫଦାରୀରୁ ବଞ୍ଚିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ଡଙ୍ଗାକୁ ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ତେଣୁ ସେମାନଙ୍କୁ ଜବାବ୍ ଦେବାକୁ ପୋଲିସ୍ ଫାୟାରିଂ କରିଥିଲା । ଏହାପରେ ସନ୍ଦିଗ୍ଧମାନେ ପୋଲିସ ହାତରେ ଧରାପଡିଥିଲେ ୧୪ ପାକିସ୍ତାନୀ ନାଗରିକ ।

Leave A Reply

Your email address will not be published.