Masthead

କମବ୍ୟାକ ସଂଜୁବାବା ! ଆକ୍ସନ୍‌ ଫିଲ୍ମ ‘ଶମଶେରାର ସୁଟିଂ ରେ ଯୋଗଦେଲେ ସଞ୍ଜୟ ଦତ୍ତ |

ମୁମ୍ବାଇ :ସଞ୍ଜୟଦତ୍ତ ଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର ପୁଣି ପରଦା କୁ ଫେରୁଛନ୍ତି ସଂଜୁବାବା | ନିଜ ସ୍ୱାସ୍ଥ୍ୟଖରାପ ଥିବାରୁ କିଛିଦିନ ପାଇଁ ପରଦା ରୁ ଦୂରେଇ ରହିଥିବା ସଂଜୁ ଏବେ ଫିଲ୍ମ ‘ଶମଶେରାର” ମାଧ୍ୟମରେ ଦର୍ଶକ ଙ୍କ ସାମ୍ନାକୁ ଆସିବେ |ଗତ ମାସରେ ସ୍ୱାସ୍ଥ୍ୟଗତ କାରଣରୁ ଅଭିନେତା ସଞ୍ଜୟ ଦତ୍ତ ଛୋଟ ବ୍ରେକ୍‌ ନେଉଥିବା କଥା ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ସେ ଫୁସଫୁସ୍‌ କର୍କଟ ଦ୍ୱାରା ଆକ୍ରାନ୍ତ ଥିବାବେଳେ ନିଜ ସ୍ୱାସ୍ଥ୍ୟ ଉପରେ ଫୋକସ୍‌ କରିବାକୁ ଚାହୁଁଥିଲେ । ତେବେ ନିକଟରେ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ସଞ୍ଜୟ ଏବେ ଆକ୍ସନ୍‌ ଫିଲ୍ମ ‘ଶମଶେରା’ର ସୁଟିଂ ସେଟ୍‌କୁ ଫେରିଛନ୍ତି । ସୋମବାର ତାର ସୁଟିଂ ଆରମ୍ଭ ହୋଇଛି ।ଖୁବ୍‌ କମ୍‌ ଲୋକଙ୍କ ଉପସ୍ଥିତିରେ ଏହି ସୁଟିଂ ହୋଇଥିବାବେଳେ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା । ଜଣେ ଘନିଷ୍ଠ ସୂତ୍ରଙ୍କ ଅନୁସାରେ ଏହାର ମାତ୍ର କିଛି ଦିନର ସୁଟିଂ ବାକି ଅଛି ।ଶମଶେରା’ରେ ଅଭିନେତା ରଣବୀର କପୁର ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ । ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ କରନ୍‌ ମଲହୋତ୍ରା ନିର୍ଦ୍ଦେଶନା ଦେଉଛନ୍ତି । ସୂଚନାଥାଉକି, ସଞ୍ଜୟ ଚିକିତ୍ସା ପାଇଁ ଡିସେମ୍ବର ମାସରେ ଆମେରିକା ଯିବେ । ତା’ ପୂର୍ବରୁ ସେ ତାଙ୍କର ସମସ୍ତ ଫିଲ୍ମର କାମ ଶେଷ କରିବାକୁ ଚାହୁଁଛନ୍ତି । ‘ଶମଶେରା’ ବ୍ୟତୀତ ତାଙ୍କୁ ‘କେଜିଏଫ୍‌: ଚାପ୍ଟର-୨’, ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ