Masthead

ଗୋରୁ ବୋଝେଇ ଟାଟାଏସି ଗାଡି ଜବତ, ଦୁଇ ଗିରଫ

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ):ବେଆଇନ ଗୋରୁ ବୋଝେଇ ଟାଟା ଏସି ଗାଡି ସହ ଦୁଇ ଗିରଫ । ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ଗୋରୁ ଚାଲାଣ ଚାଲିଥିବାବେଳେ ଖବର ପାଇ ଯମୁନାକୋଟ ସୁରପ୍ରତାପପୁର ରାସ୍ତାରୁ ଏକ ବେଆଇନ ଗୋରୁ ବୋଝେଇ ଟାଟା ଏସି ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଦୁଇଜଣ ହେଲେ ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ଡାକ୍ତର ହାତୀ ଏବଂ ଗାଡିର ଡ୍ରାଇଭର ଆର୍ତବନ୍ଧୁ ସାହୁ। ପ୍ରତ୍ୟେକ ସୋମବାର ଭୁବନ ଠାରୁ ଅଳ୍ପ ଦୂରରେ ଗୋହାଟ ହେଉଥିବାରୁ ଭୁବନ ଗୋରୁ ମାଫିଆମାନେ ସକ୍ରିୟ ଥିବା ବେଳେ ୬ ମାସ ମଧ୍ୟରେ ନିତିଦିନିଆ ଭାବରେ ଗୋରୁ ଚାଲାଣ ହେଉଛି ।

ଗୋରୁ ମାଫିଆ ମାନେ ଦିନ ଦ୍ବିପହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଅବାଧରେ ରାଜ୍ୟ ବାହରକୁ ଚାଲାଣ କରୁଛନ୍ତି । ତେବେ ଆଜି ଗୋରୁ ଚାଲାଣ କାରୀ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୌଭାଗ୍ୟ କୁମାର ପାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା