Before Header

ଶ୍ମଶାନରେ ଶବଦାହ ବେଳେ ମହୁମାଛି ଆକ୍ରମଣ, ୬ ଜଣ ଗୁରୁତର

0 884

ବସ୍ତା(ବଡ଼ ଖବର ବ୍ୟୁରୋ): ଶବଦାହ କରିବାକୁ ଆସିବାବେଳେ ମହୁମାଛି ଆକ୍ରମଣ । ଶ୍ମଶାନରେ ଶବ ଦାହ ବେଳେ ମହୁମାଛି ଆକ୍ରମଣ, ୬ ଜଣ ଗୁରୁତର । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ଡେମୁରିଆ ଗ୍ରାମରେ ଘଟିଛି ଏଭଳି ଅଘଟଣ । ଗ୍ରାମର ଅନନ୍ତ ଜେନାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗ୍ରାମବାସୀମାନେ ଶବ ଦାହ କରିବା ପାଇଁ ତାଙ୍କ ମୃତଦେହକୁ ମଶାଣିକୁ ନେଇଯାଉଥିଲେ। ଶ୍ମଶାନ ପହଞ୍ଚିବା କ୍ଷଣି ହଠାତ୍ ମହୁ ମାଛି ଆକ୍ରମଣ କରିଥିଲା । ଲୋକମାନେ ଶବ ଛାଡ଼ି ଜୀବନ ବିକଳେ ଦୌଡ଼ି ପଳାଇ ଯାଇଥିଲେ। ସେମାନଙ୍କ ଭିତରୁ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଧୂଆଁ ପ୍ରୟୋଗ କରି ମହୁମାଛିକୁ ଘଉଡାଇଛନ୍ତି।

Leave A Reply

Your email address will not be published.