Masthead

ନ୍ୟାୟ ଦାବିରେ ରାଜରାସ୍ତାରେ ପରିବାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ନ୍ୟାୟ ମାଗୁଛି ଦୈତରାଜଙ୍କ ପରିବାର । ମାସାଧିକ ସମୟ ପୂର୍ବରୁ ହୋଇଥିଲା ମୃତ୍ୟୁ । ହେଲେ ଆଜି ବି ଚୁପ ବସିଛି ପୋଲିସ । ଫଳ ଶୂନ୍ୟ । କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ନିଳାଦ୍ରି ବିହାରର ଦୈତରାଜ ନାୟକଙ୍କ ପରିବାର ।

ରାଜଧାନୀର ରାଜରାସ୍ତାରେ ପୁଅ ଦୈତରାଜ ନାୟକଙ୍କ ଫଟୋକୁ ଧରି ନ୍ୟାୟର ଭିକ୍ଷା ମାଗୁଛନ୍ତି ପରିବାର ଲୋକେ । ପୁଅକୁ ଷଡଯନ୍ତ୍ର କରି ମାରି ଦେଇଥିବା କରିଛନ୍ତି ଅଭିଯୋଗ । ରଜ ସମୟରେ ଘଟିଥିଲା ଏହି ଘଟଣା । ମାସାଧିକ ସମୟ ବିତିଯାଇଥିଲେ ବି ଆଜି ବି ମିଳିପାରୁନି ନ୍ୟାୟ । ନ୍ୟାୟ ନ ମିଳିବାରୁ ପାଗେଳିଙ୍କ ପରି ରାସ୍ତାରେ କାନ୍ଦି ଗଡୁଛନ୍ତି ଦୈତରାଜଙ୍କ ମା’।

ସାତ ଭାଇ ଭଉଣୀରେ ସାନ ଥିଲେ ଦୈତରାଜ । ପାଠ, ଶାଠ ସବୁଥିରେ ଭଲ ଥିଲେ ମଧ୍ୟ ଭାଇକୁ ମାରି ଦେଇଥିବା କହିଛନ୍ତି ମୃତ ଦୈତରାଜଙ୍କ ଭଉଣୀ । କିପରି ଭାବେ ତାଙ୍କ ଭାଇଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିଲା କାନ୍ଦି କାନ୍ଦି ବଖାଣିଛନ୍ତି ।

ଘଟଣା ଘଟିବା ପରେ ପୁଲିସର ନିରବତାକୁ ନେଇ ମଧ୍ୟ ଏଠି ପ୍ରଶ୍ନ କରିଛନ୍ତି ମୃତକଙ୍କ ବାପା । ପାଖରେ ସବୁ ପ୍ରକାରର ପ୍ରମାଣ ଥାଇ ମଧ୍ୟ ହାତରେ ହାତ ପକାଇ ଚୁପ ବସିଛି ପୋଲିସ । ସିବିଆଇ ଠାରୁ ବି ଭଲ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପୋଲିସ ଅଧିକାରୀ ବାବୁ । ହେଲେ ଫଳ ଆଜି ବି ଶୂନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା