Masthead

ପାଷାଣ ପାଲଟିଗଲା ବୋହୂ, ବନ୍ଧ ଘରୁ ଉଦ୍ଧାର ହେଲା ଶାଶୂର ସଢିଲା ଶବ

ଉମରକୋଟ(ବଡ଼ ଖବର ବ୍ୟୁରୋ): ମରିଗଲା ମାନବିକତା, ପାଷାଣ ପାଲଟିଗଲା ବୋହୂ। ପୁଅ ତ ମରିଗଲା ହେଲେ ବଢିଗଲା  ମା ପ୍ରତି  ନିର୍ଯାତନା। ନିର୍ଯାତନା ଏମିତି ଥିଲା ଯେ ଆବଦ୍ଧ କୋଠରୀରେ ଶାଶୁକୁ କବାଟ କିଳିଦେଲା ବୋହୂ। ଫଳରେ ଭୋକ ଉପାସରେ ପଡ଼ି ପଡ଼ି ମରିଗଲା ମା। ମରିତ ଗଲା ତଥାପି ଟିକେ ବି ଆଡ଼ଆଥିରେ ଅନେଇଲେନି ବୋହୂ ଓ ନାତି-ନାତୁଣୀ। ଶେଷରେ ପଚି ପଚି ଦେହରେ ପୋକ ପଡି ଗଲା, ଦୁର୍ଗନ୍ଧ ବି ବାହାରିଲା। ଦୁର୍ଗନ୍ଧ ସହିନପାରି ପଡିଶାଘା ଉଦ୍ଧାର କଲେ ଶଢିଲା ଶରୀର।

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଶିବାଜୀ ନଗର ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତା ଜଣଙ୍କ ହେଉଛନ୍ତି କୁସୁମ ନାୟକ । ତାଙ୍କ ବୟସ ୮୨ ବର୍ଷ । ସୂଚନା ମୁତାବକ, ସ୍ବାମୀଙ୍କ ମୃତ୍ୟୁ ପରେ ବଡ଼ ପୁଅ ଓ ବୋହୂଙ୍କ ସହ ଉମରକୋଟ ସ୍ଥିତ ଶିବାଜୀ ନଗରରେ ରହୁଥିଲେ କୁସୁମ। ୬ ମାସ ତଳେ ତାଙ୍କ ବଡ଼ ପୁଅଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପରେ ସେ ବଡ଼ ବୋହୂ ଓ ନାତି-ନାତୁଣୀଙ୍କ ସହ ସେହି ଘରେ ରହୁଥିଲେ। ବୁଧବାର ଦିନ କୁସୁମ ରହୁଥିବା କୋଠରୀରୁ ପଚା ଗନ୍ଧ ବାହାରିବାରୁ ପଡ଼ିଶା ଲୋକେ ଅନ୍ୟ ଦୁଇ ପୁଅଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚିବା ପରେ ସେହି କୋଠରୀର କବାଟ ଖୋଲାଯାଇଥିଲା। ସେଠାରୁ କୁସୁମଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ