Masthead

ଆପଣଙ୍କ ମୋବାଇଲରୁ ବି ହୋଇପାରେ ଡାଟା ଲିକ୍, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ହେଉଛି । ଚାହିଦାକୁ ଦେଖି ହଜାର ହଜାର ଆପ୍‌ ମଧ୍ୟ ବିକଶିତ ହେଉଛି । ତେବେ ସେ ସବୁ ଆପ୍‌ ୟୁଜରଙ୍କ ପାଇଁ କେତେ ସୁରକ୍ଷିତ ତାହା ବିଷୟରେ ଆପଣ ଜାଣନ୍ତି କି ? ଯଦି ନଜାଣିଛନ୍ତି ତେବେ ଜାଣନ୍ତୁ, ନଚେତ୍ ଆପଣଙ୍କ ମୋବାଇଲରୁ ବି ହୋଇପାରେ ଡାଟା ଲିକ୍।

ମୋବାଇଲ ଏବେ ମଣିଷକୁ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରିସାରିଛି । ମୋବାିଲରେ ଆମେ ଅନେକ ଆପ୍ ବ୍ୟବହାର କରୁଛନ୍ତି। କିନ୍ତୁ ଏମିତି କିଛି ଆପ୍ ଅଛି ଯେଉଁ ଗୁଡ଼ିକ ଆମକୁ ବିପଦରେ ପକାଇପାରେ ।  କାରଣ ଥରେ ସେଗୁଡିକୁ ଇନଷ୍ଟଲ କରିବା ମାତ୍ରେ ଆମର ଗୋପନୀୟ ତଥ୍ୟ ସବୁ ଉକ୍ତ ଆପ୍‌ ନିକଟକୁ ଚାଲିଯାଇଥାଏ । ଆଉ କିଛି ଆପ୍‌ ରହିଛି ଯେଉଁଥିରେ ଆମର ଡାଟାଗୁଡିକୁ ଆସେସ୍‌ କରିବା ପାଇଁ ସେ ଅନୁମତି ମାଗିଥାନ୍ତି । ତେବେ ବର୍ତ୍ତମାନ ଏଭଳି କିଛି ଆପ୍‌ ଗୁଡିକ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଏହି ଆପ୍‌ ଗୁଡିକ ୟୁଜରମାନଙ୍କ ଡାଟା ଲିକ୍‌ କରୁଥିବା ଅଭିଯୋଗ ହୋଇଛି ।

ତେବେ ସୁରକ୍ଷା ଅନୁସନ୍ଧାନକାରୀ ଟିମ୍‌ ଏଭଳି ପ୍ରାୟ ୧୨ରୁ ଉର୍ଦ୍ଧ୍ବ ଆପ୍‌କୁ ଚିହ୍ନଟ ବଡ଼ ଖୁଲାସା କରିଛନ୍ତି । ଆପ୍‌ଗୁଡିକ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ପ୍ରାୟ ୧୪୦ ମିଲିୟନ (୧୪କୋଟି) ଥର ଡାଉନଲୋଡ୍‌ କରାଯାଇଛି ଏବଂ ଏମାନେ ଗ୍ରାହକମାନଙ୍କ ଡାଟା ଲିକ୍‌ କରୁଛନ୍ତି । ଏହି ଆପ୍‌ ଗୁଡିକ ଗ୍ରାହକମାନଙ୍କ ଗୋପନୀୟ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ଆସିବା ପରେ ଚିନ୍ତାରେ ପଡିଯାଇଛନ୍ତି ୟୁଜର। ଭୁଲ କନଫ୍ୟୁଗରେସନ୍‌ କାରଣରୁ ଆପତ୍ତିଜନକ ଆପ୍‌ ଗୁଡିକ ସମ୍ବେଦନଶୀଳ ୟୁଜର ଡାଟା ଯେପରିକି ଇ-ମେଲ୍‌, ଗ୍ରାହକଙ୍କ ନାଁ ଭଳି ଅନେକ ତଥ୍ୟ ଲିକ୍‌ କରୁଥିବା ଜଣାପଡିଛି । ସୁରକ୍ଷା ଅନୁସନ୍ଧାନକାରୀ ଟିମ୍‌ ପକ୍ଷରୁ କୁହାଯାଇଛି ଯେ, ଭୁଲ କନଫ୍ୟୁଗରେସନ୍‌ କାରଣରୁ ସାଇବର ଅପରାଧୀମାନେ ସହଜରେ ଗ୍ରାହକଙ୍କ ଡାଟା ପାଇଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ