ଆପଣଙ୍କ ମୋବାଇଲରୁ ବି ହୋଇପାରେ ଡାଟା ଲିକ୍, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ହେଉଛି । ଚାହିଦାକୁ ଦେଖି ହଜାର ହଜାର ଆପ୍‌ ମଧ୍ୟ ବିକଶିତ ହେଉଛି । ତେବେ ସେ ସବୁ ଆପ୍‌ ୟୁଜରଙ୍କ ପାଇଁ କେତେ ସୁରକ୍ଷିତ ତାହା ବିଷୟରେ ଆପଣ ଜାଣନ୍ତି କି ? ଯଦି ନଜାଣିଛନ୍ତି ତେବେ ଜାଣନ୍ତୁ, ନଚେତ୍ ଆପଣଙ୍କ ମୋବାଇଲରୁ ବି ହୋଇପାରେ ଡାଟା ଲିକ୍।

ମୋବାଇଲ ଏବେ ମଣିଷକୁ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରିସାରିଛି । ମୋବାିଲରେ ଆମେ ଅନେକ ଆପ୍ ବ୍ୟବହାର କରୁଛନ୍ତି। କିନ୍ତୁ ଏମିତି କିଛି ଆପ୍ ଅଛି ଯେଉଁ ଗୁଡ଼ିକ ଆମକୁ ବିପଦରେ ପକାଇପାରେ ।  କାରଣ ଥରେ ସେଗୁଡିକୁ ଇନଷ୍ଟଲ କରିବା ମାତ୍ରେ ଆମର ଗୋପନୀୟ ତଥ୍ୟ ସବୁ ଉକ୍ତ ଆପ୍‌ ନିକଟକୁ ଚାଲିଯାଇଥାଏ । ଆଉ କିଛି ଆପ୍‌ ରହିଛି ଯେଉଁଥିରେ ଆମର ଡାଟାଗୁଡିକୁ ଆସେସ୍‌ କରିବା ପାଇଁ ସେ ଅନୁମତି ମାଗିଥାନ୍ତି । ତେବେ ବର୍ତ୍ତମାନ ଏଭଳି କିଛି ଆପ୍‌ ଗୁଡିକ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଏହି ଆପ୍‌ ଗୁଡିକ ୟୁଜରମାନଙ୍କ ଡାଟା ଲିକ୍‌ କରୁଥିବା ଅଭିଯୋଗ ହୋଇଛି ।

ତେବେ ସୁରକ୍ଷା ଅନୁସନ୍ଧାନକାରୀ ଟିମ୍‌ ଏଭଳି ପ୍ରାୟ ୧୨ରୁ ଉର୍ଦ୍ଧ୍ବ ଆପ୍‌କୁ ଚିହ୍ନଟ ବଡ଼ ଖୁଲାସା କରିଛନ୍ତି । ଆପ୍‌ଗୁଡିକ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ପ୍ରାୟ ୧୪୦ ମିଲିୟନ (୧୪କୋଟି) ଥର ଡାଉନଲୋଡ୍‌ କରାଯାଇଛି ଏବଂ ଏମାନେ ଗ୍ରାହକମାନଙ୍କ ଡାଟା ଲିକ୍‌ କରୁଛନ୍ତି । ଏହି ଆପ୍‌ ଗୁଡିକ ଗ୍ରାହକମାନଙ୍କ ଗୋପନୀୟ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ଆସିବା ପରେ ଚିନ୍ତାରେ ପଡିଯାଇଛନ୍ତି ୟୁଜର। ଭୁଲ କନଫ୍ୟୁଗରେସନ୍‌ କାରଣରୁ ଆପତ୍ତିଜନକ ଆପ୍‌ ଗୁଡିକ ସମ୍ବେଦନଶୀଳ ୟୁଜର ଡାଟା ଯେପରିକି ଇ-ମେଲ୍‌, ଗ୍ରାହକଙ୍କ ନାଁ ଭଳି ଅନେକ ତଥ୍ୟ ଲିକ୍‌ କରୁଥିବା ଜଣାପଡିଛି । ସୁରକ୍ଷା ଅନୁସନ୍ଧାନକାରୀ ଟିମ୍‌ ପକ୍ଷରୁ କୁହାଯାଇଛି ଯେ, ଭୁଲ କନଫ୍ୟୁଗରେସନ୍‌ କାରଣରୁ ସାଇବର ଅପରାଧୀମାନେ ସହଜରେ ଗ୍ରାହକଙ୍କ ଡାଟା ପାଇଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ