ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ହିନ୍ଦୋଳ ରେଞ୍ଜର ଫରେଷ୍ଟରଙ୍କୁ ହତ୍ୟା । ଶିକାରୀ ଗୁଳିରେ ୩୭ ବର୍ଷିୟ ଫରେଷ୍ଟର ପ୍ରହ୍ଲାଦ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ରାଜମୋହନପୁର ଗାଁ ନିକଟରେ ଗୁଳି କରି ହତ୍ୟା କରାଯାଇଛି । ପାଟ୍ରୋଲିଂ ବେଳେ ପ୍ରହ୍ଲାଦଙ୍କୁ ଗୁଳି କରିଥିଲେ ଶିକାରୀ । ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଫରେଷ୍ଟ ଗାର୍ଡଙ୍କ ସହ ମୋଟ ୧୩ ଜଣ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀମାନେ ଗୁଳି ଚାଳନା କରିଥିଲେ। ଗୁଳି ପ୍ରହ୍ଲାଦଙ୍କ ପେଟରେ ବାଜିଥିଲା ।

ଯାହା ଫଳରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପାଟ୍ରୋଲିଂ ବେଳେ ଫରେଷ୍ଟ ଗାର୍ଡ ପ୍ରହ୍ଲାଦଙ୍କୁ ଗୁଳି ମାଡ କରିବା ବେଳେ ନିକଟରେ ଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ୪ ଶିକାରୀଙ୍କୁ କାବୁ କରିଥିଲେ । କିନ୍ତୁ ଅନ୍ୟ କିଛି ଶିକାରୀ ଫରେଷ୍ଟରଙ୍କ ହାତକୁ ଆସିବା ପୂର୍ବରୁ ହିଁ ଫେରାର ହୋଇ ଯାଇଥିଲେ । ସେମାନଙ୍କ ପାଖରୁ କିଛି ବନ୍ଧୁକ ଜବତ ହୋଇଥିବା ବେଳେ ସେମାନଙ୍କୁ ଅଟକ ରଖା ଯାଇ ଅଧିକ ଜେରା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ