Masthead

ମୂଲ ଲାଗି ପୁଅକୁ ପାଠ ପଢାଇଲି, ଏବେ ପୁଅ ଆଉ ପଚାରୁନି…

ବାରିପଦା(ବଡ଼ ଖବର ବ୍ୟୁରୋ): ପୁଅ ପାଇଁ ଅଲୋଡ଼ା ହେଲା ମାଆ । ବୟସର ଅପରାହ୍ନରେ ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ପୁଅ । ନିଃସ୍ୱାର୍ଥପର ସ୍ନେହ, ମମତାକୁ କ୍ଷଣିକରେ ଭୁଲିଗଲା ପୁଅ। ଦଶ ମାସ ଦଶଦିନ ଗର୍ଭ ଯନ୍ତ୍ରଣା ସହି ପେଟଚିରି ଜନ୍ମ ଦେଇଥିବା ପୁଅ ଭୁଲିଗଲା ମାଆ ର ମମତା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ମୁଣ୍ଢାକୋଟା ଗ୍ରାମରେ । ପୁଅ ନିଜ ଗୋଡ ରେ ଛିଡ଼ା ହେଲା ପରେ ମାକୁ ଛାଡିଚାଲି ଯାଇଛି । ହେଲେ ପୁଅ ସିନା ଚାଲି ଯାଇଛି ମାର ଆଖିକି ଦେଖା ଯାଉ ନ ଥିବା ବେଳେ ଭୋକ ଉପାସରେ ପର ପିଣ୍ଡାରେ ଦିନ କଟୁଛି ବୁଢ଼ୀ ଅନ୍ଧୁଣି ମାଆ । ଏ ହେଉଛି ମୁଣ୍ଢାକୋଟା ଗାଁ ର ପୁଙ୍ଗୀ ହାସଦାଙ୍କ କରୁଣ କାହାଣୀ ।

ଆଜକୁ ୩୦ବର୍ଷ ତଳେ ସ୍ୱାମୀ ଦ୍ୱିତୀୟ ବିବାହ କରିବା ପରେ ପୁଙ୍ଗୀର ହାତ ଛାଡି ଦେଲା ପରେ ପୁଅ ବଦେନଙ୍କୁ ନେଇ ମୁଣ୍ଢାକୋଟା ସ୍ଥିତ ବାପ ଘରେ ରହି ଲୋକଙ୍କ ଘରେ ମୂଲ ଲାଗି ଅନେକ ଦୁଃଖ କଷ୍ଟରେ ପୁଅ ବଦେନକୁ ପାଠ ପଢେଇ ଭଲ ମଣିଷ ଟିଏ କରିବା ପାଇଁ ଚେଷ୍ଟା କଲେ ଆଉ ଭଗବାନଙ୍କ ଆଶୀର୍ବାଦରୁ ପୁଅ ବଦେନ ଗଂଜାମ ଜିଲ୍ଲା ଚିକିଟି ବ୍ଲକରେ ଶିକ୍ଷକ ଚାକିରୀ ମଧ୍ୟ କଲେ । ତେବେ ଚାକିରୀ ପାଇବା ପରେ ପୁଅ ଭୁଲିଗଲା ଅନ୍ଧୁଣି ମାଆ କୁ । ମାଆ ର ବୟସ ହେଲା ପରେ ଆଖିକୁ ଦେଖାଯାଉ ନଥିବାବେଳେ,ମୁଣ୍ଡ ମଧ୍ୟ କାମ କରୁନି। ଭିକ ମାଗି କେତେବେଳେ ଖାଇବାକୁ ମିଳିଛି ତ କେତେବେଳେ ଦିନ ଦିନ ଓପାସରେ କଟୁଛି। ଖରା ବର୍ଷା ଶୀତ ସବୁ ସମୟ କଟୁଛି ଲୋକଙ୍କ ବାରଣ୍ଡାରେ। ପୁନଗି ହାସଦାଙ୍କୁ ସରକାରୀ ସହାୟତା ବାବଦରେ ମାସକୁ ୫୦୦ଟଙ୍କା ଓ ଚାଉଳ ୩୫କେଜି ପାଉଥିବା ବେଳେ ସେଇଟା ବି ପୁଅ ସହି ପାରିଲାନି । ମାଆର ଭତ୍ତା ଖାତା ଓ ଚାଉଳକାର୍ଡ ଓ ବ୍ୟାଙ୍କ ଖାତା ମଧ୍ୟ ପୁଅ ନେଇଗଲା । ପୁଅ ଶିକ୍ଷକ ଚାକିରୀ କରି ଅଏସ ଆରାମ ରେ ରହୁଥିବା ବେଳେ ମାଆ ଏଠାରେ ଅନ୍ଧୁଣି ହୋଇ ଭିକ୍ଷାବୃତି କରୁଛି ।

ପୁଅ ସିନା ଜନ୍ମ କଲା ହେଲେ ରାସ୍ତା କଡ଼ର ଭିକାରୀ କରିଦେଲା ମାଆକୁ। ପୁଅ ଚାକିରି କଲା ସିନା,ହେଲେ ମାଆ ଟା କୁ ଦୁଇ ମୁଠା ଖାଇବାକୁ ଦେଇ ପାରିଲାନି।ହେଲେ ବି ମାଆ ମନରେ ପୁଅପ୍ରତି ନାଁ ଅଛି ରାଗ, ନାଁ ଅଛି ଦ୍ୱେଶ,କେବଳ ଅଭିମାନ ରେ ଆଖିରୁ ଲୁହ ଝରୁଛି।କାରଣ ସେ ପରା ମାଆ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ