Masthead

ଓରମାସ ପାଲଟିଛି ଭୂତକୋଠୀ

କଙ୍କଡାହାଡ(ବଡ଼ ଖବର ବ୍ୟୁରୋ): ଘଞ୍ଚ ଜଙ୍ଗଲ ଘେରା ଦୁର୍ଗମଅଞ୍ଚଳରୁ ଶାଳପତ୍ର ସଂଗ୍ରହ କରି ଖଲି ତିଆରି କରି ଜୀବନ ନିର୍ବାହ କରୁଥିବା ମହିଳାଙ୍କୁ ସ୍ୱାବଲମ୍ବୀ କରିବାପାଇଁ ସ୍ଥାପିତ ହୋଇଥିଲା ଖଲି ତିଆରି ପ୍ରଶିକ୍ଷଣ । ତାଲିମକେନ୍ଦ୍ର ୨୦୦୧ମସିହାରେ ସ୍ଥାପିତ ହୋଇଥିଲା । ସେତେବେଳେ ମହିଳା ମାନଙ୍କୁ ଖଲି ତିଆରିପାଇଁ ମେସିନ ପ୍ରଦାନ କରାଯାଇଥିଲା । ଏବେ ଏହି ତାଲିମକେନ୍ଦ୍ର ପାଲଟିଛି ଭୂତକୋଠୀ । କଙ୍କଡାହାଡ ବ୍ଲକ କରଗୋଳାରେ ତତ୍ତ୍କାଳିନ ବିଧାୟକ ଧମେନ୍ଦ୍ର ପ୍ରଧାନ ଓ ବ୍ଲକ ବିଡିଓ ଭାଗିରଥୀ ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । କେନ୍ଦ୍ରରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ, ସୁଲଭଶୌଚାଳୟ ରହିଛି । ଦୁଇ ହଜାରରୁ ଅଧିକ ମହିଳା ଆତ୍ମନିର୍ଭର କରୁଥିଲେ । ମହିଳା ଗୋଷ୍ଠୀ ମାଧ୍ୟମରେ ଯେଉଁ ମେସିନ୍ ଦିଆଯାଇଥିଲା ତାହା ଏବେ ନଷ୍ଟ ହୋଇ ଗଲାଣି । ଏହି ଓରମାସ ଦ୍ୱାରା ହଜାର ହଜାର ଖଲି ବାହାର ଜିଲ୍ଲା ଭଦ୍ରକ, ବାଲେଶ୍ୱରକୁ ବିକ୍ରି ହେବାପାଇଁ ଯାଇଥାଏ। ଜୀବନ ଜୀବିକା ହରାଇ ହାତ ବାନ୍ଧି ବସିଛନ୍ତି ମହିଳା । ଏବେ ଏହି ଓରମାସ ପାଲଟିଛି ଭୂତକୋଠୀ । କିଛି ସ୍ଥାନୀୟ ଯୁବକଙ୍କ ଦ୍ୱାରା ଏହା ତାଲା ପଡିଛି ଓ ଭିତରେ ବିଦ୍ୟୁତ ବିଭାଗର ସଂରଜାମ ସଂରକ୍ଷିତ ଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’