Before Header

ଓଡ଼ିଆଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର: ଓଡ଼ିଆଙ୍କୁ ଲୁଟୁଥିବା ଅଣଓଡ଼ିଆ କିଏ?

0 66

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଣ-ଓଡ଼ିଆ ବେପାରୀ, ଠିକାଦାର, ଓଡ଼ିଶାର ସଂପତିକୁ ଅଧିକାର କରିସାରିଲେଣି । ଯୋଡା ବଡବିଲ ଅଂଚଳର ୮୦ ହଜାରରୁ ଅଧିକ ଟ୍ରକ ବା ଟ୍ରକ ମାଲିକ, ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ଅଛନ୍ତି । ଭୋକିଲା ଅଛନ୍ତି । ଏହାର ପ୍ରମାଣ ଲାଗିଛି ବଡ଼ ଖବର ହାତରେ । ଓଡ଼ିଶାର ଟ୍ରକ ବେକାର ପଡିଛି, ସେଥିରୁ କେତେ ହଜାର ଟ୍ରକ କବାଡିବାଲା ପାଖରେ ପଡିଛି । ୠଣ ଶୁଝିନପାରି ଟ୍ରକ ଟଣା ହେଇସାରିଲାଣି । କବାଡିବାଲା ପାଖରେ ଟ୍ରକ ଖଣ୍ଡ ଖଣ୍ଡ ହେଇ କଟା ସରିଲାଣି, ଟୁକୁରା ଟୁକୁରା ହେଇ ବିକ୍ରି ଚାଲିଛି । କାହିଁକି ଏମିତି ଅବସ୍ଥା ହେଲା ଓଡିଶାର ଏହି ଟ୍ରକମାଲିକ ମାନଙ୍କର । କାରଣ, ଅଣ-ଓଡ଼ିଆ ଷଡୟନ୍ତ୍ର ।

ଓଡ଼ିଶାର ଟ୍ରକମାଲିକଙ୍କୁ କାଂଗାଳ କରିବା ପାଇଁ ବାହାର ରାଜ୍ୟରୁ ଟ୍ରକ ଅଣାଯାଇଛି । ଗୋଟେ କି ଦୁଇଟା ନୁହେଁ । ପାଖାପାଖି ୨୦ ହଜାର ବାହାର ରାଜ୍ୟର ଟ୍ରକ ଏହି ଅଂଚଳରେ ପଶିସାରିଲାଣି ଗତ କିଛି ମାସ ଭିତରେ । ଏହି ଗାଡିଗୁଡିକ ତାମିଲନାଡୁରେ ରେଜଷ୍ଟ୍ର୍ସନ ହେଇଛି, ଆଉ ଏସବୁ ଗାଡିିରେ ଆନ୍ଧ୍ରର ନମ୍ବର ପଡିଛି, ହଜାର ହଜାର ଏମିତି ଟ୍ରକ ଯୋଡା-ବଡବିଲ ଅଂଚଳରେ ପଶି ସାରିଲାଣି । ଏମାନେ କାମ ନେଉଛନ୍ତି. ଓଡ଼ିଶାର ଟ୍ରକ ବା ଟ୍ରକମାଲିକଙ୍କୁ କାମ ମିଳୁନାହିଁ । ଓଡି ନମ୍ବରର ଟ୍ରକ ଟୁକୁଡା ଟୁକୁଡା ହେଇସାରିଲାଣି, ଟ୍ରକ ମାଲିକଙ୍କ ଆର୍ଥିକ ପରିସ୍ଥିତି ସାଂଘାତିକ ହେଲାଣି, ଘର ନ ଚଳିବା ଅବସ୍ଥାକୁ ଆସିଗଲାଣି ।

ଓଡ଼ିଆଙ୍କୁ ଚିତା କାଟିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଂଟ୍ । ଓଡ଼ିଶାର ସଂପତି ଲୁଟ ହେଉଛି । ଓଡ଼ିଆ ଭିକାରୀ ହେବାକୁ ଆରମ୍ଭ କଲେଣି । ବିକାଶ କଥା ଛାଡନ୍ତୁ । ବିଶ୍ୱସ୍ତରୀୟ ବିକାଶ କଥା ବି ଛାଡନ୍ତୁ । ନମ୍ବର ୱାନ କଥା ବି ଛାଡନ୍ତୁ । ଗ୍ରାଉଣ୍ଡକୁ ଆସନ୍ତୁ । ଦେଖିବେ, ଆମ ଓଡିଆ ଭାଇମାନେ, କେମିତି ଅବସ୍ଥାରେ ଅଛନ୍ତି । ଦି ଟଂକା ଚାଉଳ ପଛରେ ଗୋଡେଇ, ମିଶନ ଶକ୍ତି ନାଁରେ ଟଂକା ଖେଳରେ ଫସିଥିବା ମା ଓ ଭଉଣୀମାନେ, ତୁରନ୍ତ ୟାକୁ ବୁଝିବା ଦରାକର । ୟୋଡା ବଡବିଲର ସଂପତି ଆମର, ଓଡ଼ିଶାର । କାହା ଅଧିନରେ ଅଛି, ଆପଣ ଜାଣିଛନ୍ତି । କିଏ ଏ ସଂପତିକୁ ଲୁଟ କରୁଛି ଆପଣ ଜାଣିଛନ୍ତି । କିଏ ଓଡ଼ିଆ ଟ୍ରକମାଲିକଙ୍କୁ ଭିକାରୀ କରିବାର ଷଡୟନ୍ତ୍ର ରଚିଛି, ଆପଣ ଜାଣିଛନ୍ତି । ଓଡ଼ିଆଙ୍କ ବିରୋଧରେ ଷଡୟନ୍ତ୍ର କେତେ ସାଂଘାତିକ ହେଇପାରେ । ତାମିଲନାଡୁ ରେଜଷ୍ଟ୍ରସନର ଆର ସି ବୁକ୍ । ଯୋଡା ବଡବିଲ ଅଂଚଳରେ ହଜାର ହଜାର ସଂଖ୍ୟାରେ ଚାଲୁଥିବା ଅଣ-ଓଡ଼ିଆଙ୍କ ଟ୍ରକର ରେଜିଷ୍ଟ୍ରସନ କୋଉଠି ହେଇଛି ଦେଖନ୍ତୁ । ଯେତେବେଳେ ୟା ଭିତରକୁ ଗଲୁ, ଆହୁରି ଆଶ୍ଚର୍ଯ ହେଲୁ । ଗାଡି ରେଜଷ୍ଟ୍ରସନ ହେଲା ତାମିଲନାଡୁରେ । ଅର୍ଥାତ୍, ଗାଡିର ମାଲିକ ତାମିଲନାଡୁର । କିନ୍ତୁ ଗାଡିର ନମ୍ବର ଆସିଲା ଆନ୍ଦ୍ରପ୍ରଦେଶରୁ । କାହିଁକି ଏପରି କରାଗଲା? ତାମିଲନାଡୁ ରେଜଷ୍ଟ୍ରସନ ଲୁଚାଇବାକୁ ଚେଷ୍ଟା କରାଗଲା । କାହିଁକି ଆନ୍ଦନ୍ଦ୍ର ନମ୍ବର ନିଆଗଲା ? ଏହି ଯୋଡା ବଡବିଲ ଅଚଂଳରେ ତାମିଲନାଡୁର ଜଣେ ବ୍ୟକ୍ତି ଅଛନ୍ତି, ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ସେ, ସେ ମାତ୍ର କିଛି ବର୍ଷ ଭିତରେ ସହସ୍ର କୋଟି ଟଂକାର ମାଲିକ ହେଇଯାଇଛନ୍ତି । ଆର୍ଶୀବାଦ ଅଛି, ଏବେ ସେ ନ କହିଲେ, ଗଛରୁ ପତ୍ର ହଲୁନି । ସରକାରଙ୍କ ଉପରେ ତାଙ୍କର ଢେର ପ୍ରଭାବ । ଏହି ଅଣ-ଓଡ଼ିଆଙ୍କ ରାଜ୍, ଦିଲ୍ଲୀ ପର୍ଯ୍ୟନ୍ତ ବି ଅଛି । କିନ୍ତୁ ଯୋଉ ଅନୁସଂଧାନ ଆମର ରହିଛି, ତା ହେଉଛି, ଏହି ଷଡୟନ୍ତ୍ର । ତାମିଲନାଡୁର ଲୋକ ଟ୍ରକର ମାଲିକ । ତାମିଲନାଡୁ ନାଁ ବା ନମ୍ବର ଲୁଚାଇବାକୁ ଚେଷ୍ଟା କରଗାଲା । କାଳେ କିଛି ପ୍ରଶ୍ନ ଉଠିବ । ସେଥିପାଇଁ ଏସବୁ କରାଯାଇଛି । କିଛି ଟ୍ରକ, ଯାହାର ମାଲିକ ତାମଲିନାଡୁର, ଓଡ଼ିଶା ନମ୍ବର ବି ନିଆଯାଇଛି । କାଳେ କେହି ଜାଣିପାରିବେ ନାହିଁ, କାଳେ କେହି ସନ୍ଦେହ କରିବେ ନାହିଁ, ସେଥିପାଇଁ ଏମିତି କରାଯାଇଛି ।

କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପ୍ରଶ୍ନ ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗରେ ରଖିବାକୁ ଚାହୁଁଛୁ । ଓଡ଼ିଆଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର । ଓଡ଼ିଆଙ୍କ ପେଟରେ ଲାତ ମାରିବାକୁ ଅଣଓଡ଼ିଆଙ୍କ ଚକ୍ରାନ୍ତର ଖୁଲାସା । ତାମିଲନାଡୁରେ ରେଜିଷ୍ଟ୍ରେସନ, ଆନ୍ଧ୍ରର ନମ୍ବର । କବାଡ଼ିଖାନାରେ ଓଡ଼ିଶାର ହଜାର ହଜାର ଟ୍ରକ । ଲୁଟ୍ରେ ଇଂରେଜଙ୍କୁ ଟପିଗଲେ । ଓଡ଼ିଆଙ୍କୁ କାଙ୍ଗାଳ କରୁଛି କିଏ? ଓଡ଼ିଆଙ୍କୁ ଲୁଟୁଥିବା ଅଣଓଡ଼ିଆ କିଏ? ଏବେଠୁ ନ ଚେତିଲେ ଓଡ଼ିଆଙ୍କୁ ଚିତା କାଟିଦେବେ । ଅଣ-ଓଡ଼ିଆ ଷଡୟନ୍ତ୍ରର ଜବାବ ରଖିବେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.