Masthead

ପୋଲିସ ପଞ୍ଝାରେ ଧଳ ସାମନ୍ତର ଡାହାଣ ହାତ

କଟକ (ବଡ଼ ଖବର ବ୍ୟୁରୋ) : କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ପୋଲିସ ପଞ୍ଝାରେ ଧଳ ସାମନ୍ତର ଡାହାଣ ହାତ । ଧଳ ସାମନ୍ତର ମୁଖ୍ୟ ସହଯୋଗୀ ଥିବା ପ୍ରଦୀପ ସାହୁ ଓରଫ ଦିଲୁକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଦୀର୍ଘ ୫ ବର୍ଷ ହେବ ଫେରାର୍ ଥିବା ଅଭିଯୁକ୍ତ ପ୍ରଦୀପ ସାହୁକୁ ରାୟଗଡ଼ାରୁ ଗିରଫ କରିଛି ପୋଲିସ ।

ଧଳସାମନ୍ତ ଅଢୁଆଳରେ ରହି ପ୍ରଦୀପ ଚଳାଇଥିଲା ତାର ଅପରାଧିକ ସାମ୍ରାଜ୍ୟ । କୁହାଯାଏ, ଡି ବ୍ରଦର୍ସଙ୍କ ଟେଣ୍ଡର ପ୍ରକ୍ରିୟାରେ ଦିଲୁ ଥିଲା ମୁଖ୍ୟ । ଦିଲୁ ସାଜିଥିଲା ଧଳ ବ୍ରଦର୍ସଙ୍କ ମୁଖ୍ୟ ସହଯୋଗୀ । ଗିରଫ ସମୟରେ ଦିଲୁ ପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ ଜବତ କରିଛି ପୋଲିସ । ୨୦୧୬ ମସିହାରେ ବହୁ ଚର୍ଚ୍ଚିତ ଓମ ଓ ଦିପୁଙ୍କୁ ଘରୁ ଅପହରଣ କରି ହତ୍ୟା କରିଥିଲା ଅଭିଯୁକ୍ତ ଦିଲୁ । ଏହା ପରେ ସେ ଦୀର୍ଘ ୫ ବର୍ଷ ଧରି ଫେରାର୍ ଥିଲା । କଟକ ଡିସିପିଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍ ରାୟଗଡ଼ାରୁ ଦିଲୁକୁ ଗିରଫ କରିଛି । ଦିଲୁ ନାମରେ ଚାଉଳିଆଗଞ୍ଜ ଥାନାରେ ୪ଟି କେସ୍ ରହିଛି । କମିଶନରେଟ୍ ପୋଲିସର ଅପରାଧ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ବଳ ବଳବତ୍ତର ରହିଛି ବୋଲି କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଚାଉଳିଆଗଞ୍ଜ ଅଂଚଳର ଓମ ଓ ଦିପୁ ମର୍ଡର ଘଟଣାରେ ଫେରାର ଥିବା ଦିଲୁ ଏବେ ପୋଲିସ କବ୍ଚାରେ । ପୂର୍ବରୁ ଧଳସାମନ୍ତ ଓ ତାର ଅନେକ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ଜେଲରେ ଅଛନ୍ତି । ଧଳ ସାମନ୍ତଙ୍କ ସହଯୋଗୀ ମୁଖ୍ୟ ସହଯୋଗୀ ଥିବା ଦିଲୁକୁ ଧରିବାରେ ସଫଳ ହୋଇଛି ପୋଲିସ । କଟକରୁ ପ୍ରଦୀପ ନାୟକଙ୍କ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?