Masthead

ଦେଶରେ ୧୫% ସାଂସଦ, ୯% ବିଧାୟକ ମହିଳା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେଲା । ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ରହିବା ନିଶ୍ଚିତ ହୋଇଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଲାଗି ରାଜନୈତିକ ଦଳ ଦାବି କରୁଛନ୍ତି । ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । କାରଣ ପୂର୍ବ ନିର୍ବାଚନ ମାନଙ୍କରେ ମହିଳା ମାନଙ୍କୁ ପ୍ରାର୍ଥୀ କରିବା ପାଇଁ ଗୁରୁତ୍ୱ ଦିଆଯାଇନାହିଁ । ଦେଶରେ ୧୫% ସାଂସଦ, ୯% ବିଧାୟକ ମହିଳା ରହିଛନ୍ତି । ଯଦି ବିଗତ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦିଆଯାଇଥାନ୍ତା ତାହେଲେ ମହିଳା ସାଂସଦ ଏବଂ ବିଧାୟକଙ୍କ ସଂଖ୍ୟା ଅଧରକ ରହିଥାନ୍ତା । ଏବେ ଦେଶରେ ପ୍ରତି ୧୦ଜଣ ପୁରୁଷରେ ଜଣେ ମହିଳା ସାଂସଦ ଓ ବିଧାୟକ ରହିଛନ୍ତି ।

ଏଡିଆର ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ୭୨୪ ଜଣ ମହିଳା ପ୍ରାର୍ଥୀ ହୋଇଥିଲେ । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସରେ ୨୩ ଜଣଙ୍କ ମହିଳା ପ୍ରାର୍ଥୀ ରହିଥିଲେ । ସେହିପରି ବିଜେଡିରେ ୭ ଜଣ ଥିଲେ ମହିଳା ପ୍ରାର୍ଥୀ । ଓଡ଼ିଶା ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୪% । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡରେ ମହିଳା ସାଂସଦଙ୍କ ସଂଖ୍ୟା ୩୩%ରୁ ଅଧିକ ରହିଛି । ମାତ୍ର ସଂସଦରେ ସର୍ବାଧିକ ସାଂସଦ ଥିବା ବିଜେପିର ମହିଳା ପ୍ରତିନିଧି ସଂଖ୍ୟା ୧୪% । ବିଜେପିର ମୋଟ ସାଂସଦଙ୍କ ସଂଖ୍ୟା ୩୮୯ ହୋଇଥିବା ବେଳେ ଏଥିରୁ ୫୫ଜଣ ମହିଳା । ବିଜେପିର ପ୍ରତି ଜଣେ ମହିଳାରେ ୬ ଜଣ ପୁରୁଷ ସାଂସଦ । ଲୋକସଭା ଓ ରାଜ୍ୟସଭାରେ ୭୬୭ଜଣ ସାଂସଦ ଥିବାବେଳେ ଏଥିରୁ ୧୧୧ଜଣ ହେଉଛନ୍ତି ମହିଳା । ଯାହା ମୋଟ ସଂଖ୍ୟାର ୧୫% ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର