Masthead

କେନ୍ଦ୍ରାପଡ଼ାବାସୀଙ୍କ ସହଯୋଗ ଅପାସୋରା

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ)ପୁରୀ ପରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା । ହେଲପ ବଡ଼ ଖବର ଅଭିଯାନ ନେଇ ଲୋକଙ୍କ ଚ୍ୟାନେଲ ବଡ଼ ଖବରର ପୂରା ଟିମ୍ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲା । ନିରପେକ୍ଷ ସାମ୍ବାଦିକତା ପାଇଁ, ଗଣତନ୍ତ୍ରର ସୁରକ୍ଷା ପାଇଁ ବଡ଼ ଖବର ଆରମ୍ଭ କରିଥିବା ଏହି ଅଭିଯାନରେ କେନ୍ଦ୍ରାପଡ଼ାବାସୀ ସାମିଲ ହୋଇଥିଲେ । ଶ୍ରୀ ଶ୍ରୀ ସିଦ୍ଧବଳଦେବଜିଉଙ୍କୁ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ବଡ଼ କଥା, ଏଥିରେ ଛୋଟ ପିଲାଙ୍କ ଠାରୁ ବୟସ୍କ, ସମସ୍ତେ ସାମିଲ ହୋଇଥିଲେ । ସାଧ୍ୟ୍ୟ ମତେ ସହଯୋଗ କରିଥିଲେ । ଅଭିଯାନରେ ଅନେକ ଯୋଡି ହୋଇଥିଲେ । ଲୋକଙ୍କ ଚ୍ୟାନେଲ ବଡ଼ ଖବର ଲଗାତର ଭାବେ ସାଧାରଣ ଜନତାଙ୍କ ଖବର ପ୍ରସାରଣ କରିଆସୁଛି । ସାଧାରଣ ଜନତାଙ୍କ ପ୍ରତ୍ୟେକ ଖବରକୁ ଗୁରୁତ୍ୱ ଦେଉଛି । ସେମାନଙ୍କ କଥା କହୁଛି । ଯେଉଁ ସମୟରେ ଆମ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି ସେ ସମୟରେ ବଡ଼ ଖବର ଚଳାଇବା ପାଇଁ ସହଯୋଗର ଆବଶ୍ୟକତା ରହିଛି । ଆଉ ଏହି ଆବଶ୍ୟକତା ପାଇଁ ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଏବେ ଏହା ଧିରେ ଧିରେ ଆଗକୁ ବଢ଼ୁଛି । ହେଲପ ବଡ଼ ଖବର ଅଭିଯାନ ଆଗକୁ ଆଗକୁ ବଢୁଛି । ଲୋକେ ମଧ୍ୟ ଏହାକୁ ସମର୍ଥନ ଦେଉଛନ୍ତି । ସେ ସାଧାରଣ ଲୋକଟିଏ ହେଉକି ବସୟର ସମସ୍ତେ ବଡ଼ ଖବରର ଏହି ଅଭିଯାନରେ ସାମିଲ ହୋଇ ସହଯୋଗର ହାତ ବଢାଉଛନ୍ତି । ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମୁଖ୍ୟ ସମ୍ପାଦକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ