Masthead

ବିଜେପିର ବିଶାଳ ମିଶ୍ରଣ ପର୍ବ

ପାରାଦୀପ(ବଡ଼ ଖବର ବ୍ୟୁରୋ): ପାରାଦୀପ ଜିରୋ ପଏଣ୍ଟ ବିଜେପି କାର୍ଯ୍ୟାଳୟରେ ବିଜେପିର ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦୁଇଗୋଟି ପଞ୍ଚାୟତର ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ପାଞ୍ଚଶହରୁ ଉର୍ଦ୍ଧ ଲୋକ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନକଲ୍ୟାଣ ମୁଖି ଯୋଜନା ଓ ପାରାଦୀପର ଯୁବ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱ ଉପରେ ଭରଷା କରି ବିଜେପିରେ ସାମିଲ ହୋଇଥିବା ନେଇ ଗଣ୍ଡକିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରକାଶ କରିଛନ୍ତି ।

ପାରାଦୀପ ବନ୍ଦରକୁ ନେଇ ଶିଳ୍ପର କରିଡର ପାଲଟିଥିଵା ବନ୍ଦର ନଗରୀରେ ନିଯୁକ୍ତି ପାଇଁ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଅଣଦେଖା କରାଯାଇଛି । ବାହାରର ଲୋକମାନଙ୍କୁ ସ୍ଥାନୀୟ ଶିଳ୍ପସଂସ୍ଥାରେ ନିଯୁକ୍ତି ମିଳୁଥିବା ବେଳେ ସ୍ଥାନୀୟ ଯୁବଗୋଷ୍ଠୀ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟିବାକୁ । ପାରାଦୀପ ନିର୍ବାଚନ ମଣ୍ଡଳୀ ବାସି ସଚେତନ ହେଲେଣି ଏଥର ପରିବର୍ତ୍ତନ ମୁହାଁ ହେବା ସହିତ ଚଳିତ ସାଧାରଣ ନିର୍ବାଚନରେ ଏହାର କଡା ଜବାବ ଦେବେ ବୋଲି ମିଶ୍ରଣ ପର୍ବ ଅବସରରେ ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ