Before Header

ଛତିଶଗଡ଼ ଉପ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ାରେ ନିର୍ବାଚନ ପ୍ରଚାର ।

0 7

ନୂଆପଡା(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟ ମତଦାନ ତାରିଖ ଯେତେ ପାଖେଇ ପାଖେଇ ଆସୁଛି ଷ୍ଟାର ପ୍ରଚାରକ ମାନେ ନିଜ ଦଳ ପାଇଁ ଜୋରସୋରରେ ପ୍ରଚାର ଚଲେଇଛନ୍ତି । ଆଜି ନୂଆପଡା ବିଧାନସଭାରେ ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ପାଇଁ ଛତିଶଗଡ଼ ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଓ ପ୍ରଚାର କରିଛନ୍ତି ।

ନୂଆପଡା ଜିଲ୍ଲା ଛତିଶଗଡ଼ ସୀମା ସହିତ ଲାଗି ରହିଥିବାରୁ ସେଠାରେ ଥିବା ବିଜେପି ସରକାରର ପ୍ରଭାବ ପଢିପାରେ ବୋଲି ଚର୍ଚ୍ଚା ହେଉଛି । ଆଜି ଛତିଶଗଡ଼ ଉପ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ପଣ୍ଡାଙ୍କ ପାଇଁ ପ୍ରଚାର କରିବା ସହ ନୂଆପଡ଼ା ତଥା ଓଡ଼ିଶାରେ ମଧ୍ୟ ବିଜେପିର ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.