ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ କମୁଛି ଦାରିଦ୍ର୍ୟତା । ଭାରତରେ ୨୦୨୦-୨୨ ବର୍ଷରେ ଦାରିଦ୍ର୍ୟ ହାର ୫.୩ ପ୍ରତିଶତକୁ କମିଛି । ଦାରିଦ୍ର୍ୟ ହାରକୁ ନେଇ ବିଶ୍ୱ ବ୍ୟାଙ୍କ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁଯାୟୀ ଦେଶରେ ଦାରିଦ୍ର୍ୟ ହାର କ୍ଷୀପ୍ର ଗତିରେ କମିଛି । ୨୦୧୧-୧୨ରେ ଏହି ହାର ୨୭.୧ ପ୍ରତିଶତ ଥିଲା । ଅର୍ଥାତ ଯଦି ଦେଖିବା ଏହି ସମୟରେ ଦାରିଦ୍ର୍ୟ ସୀମାରେଖାରେ ୩୪ କୋଟି ୪୪ ଲକ୍ଷରୁ ୭ କୋଟିକୁ ହ୍ରାସ ପାଇଛି । ଗତ ୧୧ ବର୍ଷରେ ଭାରତର ଗରିବୀର ସଂଖ୍ୟା ୨୭.୧%ରୁ ହ୍ରାସ ପାଇ ୫.୩ % ହୋଇଛି ।

ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮.୪% ରୁ ୨.୮ ପ୍ରତିଶତ ହ୍ରାସ ପାଇଛି । ସେହିପରି ସହରାଞ୍ଚଳରେ ଏହା ୧୦.୭ ପ୍ରତିଶତରୁ ୧.୧ ପ୍ରତିଶତକୁ ହ୍ରାସ ପାଇଛି । ୨୦୧୧-୧୦୧୩ ର ରିପୋର୍ଟ ଅନୁଯାୟୀ ଦେଶରେ ୩୮ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ । ଆଉ ଏବେ ଅର୍ଥାତ୍ ୨୦୨୨-୨୩ ରେ ଏହା କମି ୭.୫ କୋଟି ହୋଇଯାଇଛି । ଯାହାର ଶ୍ରେୟ ସରକାରଙ୍କ ଅନେକ ଯୋଜନା ଓ ବିଭିନ୍ନ ସବସିଡିକୁ ଦିଆଯଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’