Masthead

ବିଧାନସଭାରେ ନରସିଂହ ମିଶ୍ର ଓ ବାଚସ୍ପତି କଥା କଟାକଟି

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବାଚସ୍ପତି କଥା କଟାକଟି । କଂଗ୍ରେସ ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସ ମୁଭ ନ ହେବାକୁ ନେଇ ସରଗରମ ହୋଇଥିଲା ବିଧାନସଭା । କଂଗ୍ରେସ ସହ ସ୍ୱର ମିଳାଇଥିଲା ବିଜେପି । ତେଣେ ଉତ୍ତର ରଖିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ କମ୍ପିଥିଲା ବିଧାନସଭା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ମଧ୍ୟରେ ଚାଲିଥିଲା କଥା କଟାକଟି । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣା ଯାଇଥିବାରୁ କାହିଁକି ଗ୍ରହଣ କରା ଗଲାନି ବୋଲି ପ୍ରଶ୍ନ କରିଥିଲେ ନରସିଂହ । କହିଥିଲେ ପୂର୍ବରୁ ଯେଉଁ ଦିନ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛି ସେହି ଦିନ ଗ୍ରହଣ ହୋଇଛି । ନରସିଂହଙ୍କୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । କାହିଁକି ସ୍ୱାଧିକାର ଭଙ୍ଗ ନୋଟିସ ମୁଭ କରିବାକୁ ଦିଆ ଯାଉନି ବୋଲି ସେ ପ୍ରଶ୍ନ କରିଥିଲେ ।

ବିରୋଧୀଙ୍କ ହଲାବୋଲ ପରେ ବାଚସ୍ପତି କହିଛନ୍ତି ମୁଁ ଏହାକୁ ଅନୁଧ୍ୟାନ କରୁଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଗୋଟିଏ ପଏଣ୍ଟ ସବୁବେଳେ ଉଠାଉଛନ୍ତି ଲିଖିତ ବିବୃତି ମୁଖ୍ୟମନ୍ତ୍ରୀ କାହିଁକି ପଢୁଛନ୍ତି । ମନ୍ତ୍ରୀ ଗୋଟେ ଡ଼କ୍ୟୁମେଣ୍ଟ ପଢି ପାରିବେ, ସେ ନିୟମ ରହିଛି । ଲୋକସଭାରେ ବି ଏହି ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ