ବିଧାନସଭାରେ ନରସିଂହ ମିଶ୍ର ଓ ବାଚସ୍ପତି କଥା କଟାକଟି

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବାଚସ୍ପତି କଥା କଟାକଟି । କଂଗ୍ରେସ ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସ ମୁଭ ନ ହେବାକୁ ନେଇ ସରଗରମ ହୋଇଥିଲା ବିଧାନସଭା । କଂଗ୍ରେସ ସହ ସ୍ୱର ମିଳାଇଥିଲା ବିଜେପି । ତେଣେ ଉତ୍ତର ରଖିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ କମ୍ପିଥିଲା ବିଧାନସଭା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ମଧ୍ୟରେ ଚାଲିଥିଲା କଥା କଟାକଟି । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣା ଯାଇଥିବାରୁ କାହିଁକି ଗ୍ରହଣ କରା ଗଲାନି ବୋଲି ପ୍ରଶ୍ନ କରିଥିଲେ ନରସିଂହ । କହିଥିଲେ ପୂର୍ବରୁ ଯେଉଁ ଦିନ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛି ସେହି ଦିନ ଗ୍ରହଣ ହୋଇଛି । ନରସିଂହଙ୍କୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । କାହିଁକି ସ୍ୱାଧିକାର ଭଙ୍ଗ ନୋଟିସ ମୁଭ କରିବାକୁ ଦିଆ ଯାଉନି ବୋଲି ସେ ପ୍ରଶ୍ନ କରିଥିଲେ ।

ବିରୋଧୀଙ୍କ ହଲାବୋଲ ପରେ ବାଚସ୍ପତି କହିଛନ୍ତି ମୁଁ ଏହାକୁ ଅନୁଧ୍ୟାନ କରୁଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଗୋଟିଏ ପଏଣ୍ଟ ସବୁବେଳେ ଉଠାଉଛନ୍ତି ଲିଖିତ ବିବୃତି ମୁଖ୍ୟମନ୍ତ୍ରୀ କାହିଁକି ପଢୁଛନ୍ତି । ମନ୍ତ୍ରୀ ଗୋଟେ ଡ଼କ୍ୟୁମେଣ୍ଟ ପଢି ପାରିବେ, ସେ ନିୟମ ରହିଛି । ଲୋକସଭାରେ ବି ଏହି ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’