Masthead

ଭାଙ୍ଗିଗଲା ପିସ୍ତଲ, ଦାଉ ସାଜିଲା ଭାଗ୍ୟ

ଟୋକିଓ (ବଡ଼ ଖବର ବ୍ୟୁରୋ) : ଟୋକିଓ ଅଲମ୍ପିକ୍ସରେ ମନୁ ଭାକରଙ୍କ ପିସ୍ତଲ ଖରାପ ହୋଇଯିବା କାରଣରୁ , ସେ ଅଳ୍ପକେ ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ସ୍ଥାନ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ଶନିବାର ସୌରଭ ଚୌଧୁରୀ ଓ ରବିବାର ଅନ୍ୟତମ ପଦକ ଦାବିଦାର ମନୁ ଭାକର ନିରାଶ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ସେହିପରି ଦ୍ୱିତୀୟ ସିରିଜରେ ପିସ୍ତଲରେ ଟେକନିକାଲ୍ ଖରାପ କାରଣରୁ ମନୁଙ୍କର ପ୍ରାୟ ୫ ମିନିଟ୍ ନଷ୍ଟ ହୋଇଥିଲା ଏବଂ ମାନସିକ ଏକାଗ୍ରତା ପାଇଁ ଜଣାଶୁଣା ଏହି ଖେଳରେ କୌଣସି ଖେଳାଳିଙ୍କ ଲୟ ବିଗାଡ଼ିବା ପାଇଁ ଏହା ଯଥେଷ୍ଟ ଥିଲା। ନିଜର ପ୍ରଥମ ଅଲିମ୍ପିକ୍ସରେ ମନୁ ଭଲ ଶୁଭାରମ୍ଭ କରିଥିଲେ।

କିନ୍ତୁ ନିର୍ଣ୍ଣାୟକ ସମୟରେ ପିସ୍ତଲ ଖରାପ ହେବାରୁ ମନୁଙ୍କ ଲୟ ଭାଙ୍ଗି ଯାଇଥିଲା। ମନୁ ପ୍ରଥମ ସିରିଜରେ ୯୮ ସ୍କୋର କରିବା ପରେ ପରବର୍ତ୍ତୀ ସିରିଜ୍ ଗୁଡ଼ିକରେ ଯଥାକ୍ରମେ ୯୫, ୮୪ ଓ ୯୫ ସ୍କୋର କରିଥିଲେ, ଯାହାଦ୍ୱାରା ସେ ଟପ୍-୧୦ରୁ ବାହର ହୋଇଯାଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୟୁଥ୍ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ମନୁ ପଞ୍ଚମ ସିରିଜରେ ୯୮ ସ୍କୋର କରି ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଶେଷ ସିରିଜର ଆରମ୍ଭରୁ ସେ ଦୁଇଥର ୧୦ ସ୍କୋର ପରେ ୮ ଏବଂ ତିନିଥର ୯ ସ୍କୋର କରି ପଛରେ ପଛରେ ପଡ଼ିଯାଇଥିଲେ।ଏଥିସହ ମନୁ ଓଭରଅଲ୍ ୫୭୫ ସ୍କୋର ସହ ଦ୍ୱାଦଶ ସ୍ଥାନରେ ରହିଥିଲେ। ଫ୍ରାନ୍ସର ସେଲିନ୍ ଗୋରଭିଲ୍ଲେ ମନୁଙ୍କ ଠାରୁ ମାତ୍ର ୨ ପଏଣ୍ଟ ଆଗରେ ଟପ୍-୮ରେ ସ୍ଥାନ ହାସଲ କରିଥିଲେ। ସେହିପରି ନମ୍ବର-୧ ଶୁଟର୍ ଯଶସ୍ୱିନୀ ଜୈସୱାଲ୍ ଖରାପ ଆରମ୍ଭ ପରେ ଦ୍ୱିତୀୟ ସିରିଜରେ ୯୮ ସ୍କୋର ସହ କମବ୍ୟାକ୍ କରିଥିଲେ। କିନ୍ତୁ ଶେଷ ସିରିଜ୍ ଗୁଡ଼ିକରେ ସେ ଆଶା ମୁତାବକ ସ୍କୋର କରିପାରିନଥିଲେ। ସେ ମୋଟ ୫୭୪ (୯୪, ୯୮, ୯୪, ୯୭, ୯୬, ୯୫) ସ୍କୋର ସହ ୧୩ଶ ସ୍ଥାନରେ ରହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ