Masthead

ଆଜି ନିର୍ବାଚନ କମିଶନଙ୍କୁ ମିଳିବ ନିର୍ବାଚନୀ ବଣ୍ଡ ତଥ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଲେକ୍ଟୋରାଲ ବଣ୍ଡ । ଆଜି ନିର୍ବାଚନ କମିଶନଙ୍କୁ ମିଳିବ ନିର୍ବାଚନୀ ବଣ୍ଡ ତଥ୍ୟ । ସବୁ ରାଜନୈତିକ ଦଳ ନିର୍ବାଚନୀ ବଣ୍ଡରୁ କେତେ ଅର୍ଥ ପାଇଛନ୍ତି ସମ୍ପୂର୍ଣ୍ଣ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବେ । ଏହା ଏକ ବଡ଼ ବିବାଦ ପାଲଟିଥିବା ବେଳେ ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି ମଧ୍ୟ ସୁପି୍ରମକୋର୍ଟରେ ଚାଲିଛି । ତେବେ ଏହି ମାମଲାରେ ଏକ ବଡ଼ ରାଜନୈତିକ ଦିଗ ରହିଛି ଓଡ଼ିଶାରେ ଦୀର୍ଘକାଳ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ସହ । ୨୦୧୭-୨୨ ମଧ୍ୟରେ ବିଜୁ ଜନତା ଦଳକୁ ୬୨୨ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଜରିଆରେ ମିଳିଛି । ଆଂଚଳିକ ଦଳ ଭିତରେ ଏହି ବଣ୍ଡରୁ ସବୁଠୁ ଅଧିକ ଲାଭବାନ୍ ହୋଇଛି ବିଜେଡି ।

ଏକ ଦରିଦ୍ର ରାଜ୍ୟର କ୍ଷମତାସୀନ ସରକାରଙ୍କୟ କେଉଁ କମ୍ପାନୀଗୁଡିକ ଏତେ ଅନୁକମ୍ପା ପ୍ରଦାନ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏହି କଥା ଉଠାଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନୀ ବଣ୍ଡରୁ ସବୁଠୁ ଅଧିକ ଲାଭ ପାଇଛି ବିଜେପି । ଏହି ସମ୍ପର୍କରେ ସୁପି୍ରମକୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । କିନ୍ତୁ ନିର୍ବାଚନ କମିଶନଙ୍କ ରିପୋର୍ଟ ପାଇବା ପରେ ରାୟ ପ୍ରକାଶିତ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ନକରି ପର ପର୍ଯ୍ୟାୟରେ ନିର୍ବାଚନୀ ବଣ୍ଡ ବିକ୍ରି ବିଜ୍ଞପ୍ତି ଜାରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ