Masthead

ଯୁଗ୍ମ ସଚିବଙ୍କ ସମେତ ୬ ଜଣ ୫୦ ହଜାର ଟଙ୍କା ତଣ୍ଡ ଗଣିଵେ !

ସୁପ୍ରିମକୋର୍ଟରେ ମାମଲା ପରିଚାଳନାରେ ବିଳମ୍ବ । ଏଥିଯୋଗୁଁ
ରାଜ୍ୟ ସରକାରଙ୍କ ୬ଜଣ ଅଧିକାରୀଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି। ଏହି ଅବହେଳା ପାଇଁ ଅର୍ଥବିଭାଗର ଯୁଗ୍ମ ସଚିବଙ୍କ ସମେତ ପରାମର୍ଶଦାତା, ଆଇନ ବିଭାଗ, ଜଳସମ୍ବଦ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ପଚାଶ ହଜାର ଟଙ୍କା ଜୋରିମାନା ଗଣିବାକୁ ପଡ଼ିଛି। କାର୍ଯ୍ୟରେ ଅବହେଳା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅଧିକାରୀଙ୍କୁ ଏହି ତଣ୍ଡ ମିଳିଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇ ପାରେ ବୋଲି ସୂଚନା ମିଳୁଛି ।

ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ବୁଧବାର ଆଇନ ବିଭାଗ ପ୍ରମୁଖ ସଚିବଙ୍କ ସହିତ ଅର୍ଥବିଭାଗ ପ୍ରମୁଖ ସଚିବ ଏବଂ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏକ ଏସଏଲପି ମାମଲାରେ ବିଳମ୍ବ ଯୋଗୁଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା। ତାହା ପୁଣି ୨୪ ତାରିଖ ସୁଦ୍ଧା ପଇଠ କରିବାକୁ ନିର୍ଦେଶ ରହିଥିଲା। ତେବେ ୫୩୧ଦିନ ବିଳମ୍ବ ହୋଇଥିବାରୁ ଦିନକ ପିଛା ୯୪.୧୬ଟଙ୍କା ହିସାବରେ ଉକ୍ତ ଅର୍ଥ ସୁପ୍ରିମକୋର୍ଟରେ ଦେବାକୁ ପଡ଼ିବ ବୋଲି ନିର୍ଦେଶ ରହିଛି। ଏସଏଲପି ବିଳମ୍ବ ପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନେ ଉକ୍ତ ଅର୍ଥ ଭରଣା କରିବାକୁ ପଡ଼ିବ। ତେବେ ଉକ୍ତ ମାମଲା ପରିଚାଳନାରେ ବିଳମ୍ବ ଲାଗି ଅର୍ଥବିଭାଗର ଯୁଗ୍ମସଚିବ ଶାନ୍ତନୁ କୁମାର ସାହୁଙ୍କୁ ୮୩୩୪ଟଙ୍କା ଦେବାକୁ ପଡ଼ିବ। ସେହିପରି ଉକ୍ତ ବିଭାଗର ପରାମର୍ଶ ଦାତା, ଆଇନ ବିଭାଗର ଏଏସଓ, ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟର ଏସ୍‍ଓ, ଜଳସମ୍ପଦ ବିଭାଗର ଏଏସଓ ଏବଂ ଡେସ୍କ ଅଫିସରଙ୍କୁ ଦାୟୀ କରାଯାଇଛି। ତେଣୁ ତାଙ୍କଠାରୁ ୮୩୩୪ଟଙ୍କା ଲେଖାଏଁ ତୁରନ୍ତ ବ୍ୟାଙ୍କରେ ଜମା ଦେବାକୁ କୁହାଯାଇଛି। ସଂପୃକ୍ତ ଅଧିକାରୀମାନେ ଟଙ୍କା ପଇଠ କରିବା ପରେ ବିଭାଗୀୟ ମୁଖ୍ୟଙ୍କୁ ପ୍ରମାଣପତ୍ର ଦେବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ