Masthead

ଲୁଟେରା ବୋହୁ !

🎂

ବଡ଼ଖବର ବ୍ୟୁରୋ ।
ଉଜ୍ଜୟୀନ: ମଧ୍ୟପ୍ରଦେଶର ଉଜ୍ଜୟୀନିରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବାହାଘର ର ଗୋଟିଏ ଦିନରେ ଫେରାର୍‌ ହୋଇଯାଇଥିବା ଲୁଟେରା କନ୍ୟା ୯ ମାସ ପରେ ନିଜର ଅସଲି ସ୍ବାମୀ ସହ ଧରା ପଡ଼ିଛି। ମିଛ ବିବାହ ନାମରେ ଏହି କନ୍ୟା ବାହାଘର ପରଦିନ ବରଠାରୁ ୮୦ ହଜାର ଟଙ୍କା ଧରି ଫେରାର୍‌ ହୋଇଯାଇଥିଲା। କିନ୍ତୁ ଏହି ଘଟଣାର ୯ ମାସ ପରେ ସେହି ବର ଲୁଟେରା କନ୍ୟାକୁ ତା’ର ଅସଲି ସ୍ବାମୀ ଓ ଏକ ଯୁବତୀ ସହ ଧରିବାରେ ସଫଳ ହୋଇଛି। ଏହି ଲୁଟେରା କନ୍ୟା ଆଉ କେଉଁ ଯୁବକଙ୍କୁ ଚୂନ ଲଗାଇବା ଲକ୍ଷ୍ୟରେ ଥିବା ଜଣାପଡ଼ିଛି।
ଜଣାପଡ଼ିଛି ଯେ, ଉଜ୍ଜୟୀନିରେ ରହୁଥିବା ବସ୍‌ କଣ୍ଡକ୍ଟର ଚନ୍ଦ୍ରଶେଖର ମାଲବୀୟ ୯ ମାସ ତଳେ ଆଶା ନାମକ ଜଣେ ଯୁବତୀଙ୍କ ସହ ବିବାହ ହୋଇଥିଲା। ଏହି ବିବାହ ଚନ୍ଦ୍ର ନାଗର ନାମକ ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ହୋଇଥିଲା। ବିବାହ ପାଇଁ ଆଶା ୮୦ ହଜାର ଟଙ୍କା ଚନ୍ଦ୍ରଶେଖରଙ୍କଠାରୁ ନେଇଥିଲା। କିନ୍ତୁ ବିବାହ ପରଦିନ ଆଶା କୌଣସି ବାହାନା ଦେଖାଇ ପଳାଇ ଯାଇଥିଲା। ଏହାପରେ ଚନ୍ଦ୍ରଶେଖର ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଶାଙ୍କ କୌଣସି ଖବର ପାଇ ନ ଥିଲେ। ଠକେଇର ଶିକାର ହୋଇଥିବା ଜାଣି ଚନ୍ଦ୍ରଶେଖର ଓ ତାଙ୍କ ପରିବାର ନାନାଖେଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେବେ ଏହି ଘଟଣାର ୯ମ ମାସ ପରେ ଚନ୍ଦ୍ରଶେଖର ସଂଯୋଗବଶତଃ ଗୋଟିଏ ବସରେ ଆଶାଙ୍କୁ ବସିଥିବାର ଦେଖିବାକୁ ପାଇଥିଲେ। ତାଙ୍କ ସହ ଜଣେ ଯୁବତୀ ଓ ଯୁବକ ମଧ୍ୟ ଥିଲେ। ଚନ୍ଦ୍ରଶେଖର ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ଆଶାଙ୍କ ସମେତ ସେହି ଯୁବକ ଓ ଯୁବତୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ସେହି ଯୁବକ ଜଣଙ୍କ ହେଉଛନ୍ତି ଆଶାଙ୍କ ପ୍ରକୃତ ସ୍ବାମୀ। ସ୍ବାମୀ-ସ୍ତ୍ରୀ ପୁଣି କାହାକୁ ଚୂନ ଲଗାଇବା ଚକ୍କରରେ ଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ