Masthead

ଗାଦି ମାଡ଼ି ବସିଛନ୍ତି ଜିଲ୍ଲାପାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ସରକାର ଭାଙ୍ଗୁଛନ୍ତି ନିୟମ । ନିଜେ କରିଥିବା ନିୟମ ଭାଙ୍ଗୁଛନ୍ତି ସରକାର । ଗାଦିମାଡ଼ି ବସିଛନ୍ତି ଜିଲ୍ଲାପାଳ । ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗ ଉଠାଇଲେ ମଧ୍ୟ ସରକାର ଚୁପ୍ । ବିଜେଡିର ପଞ୍ଚମ ପାଳିର ୪ ବର୍ଷ ଭିତରେ ଅଳ୍ପ କିଛି ପ୍ରଶାସନିକ ଅଧିକାରୀ ଭୁଲି ଯାଇଛନ୍ତି ଆଇନ କାନୁନ୍ । ସେମାନେ ସମ୍ବିଧାନ ଦ୍ୱାରା ପରିଚାଳିତ ହେବା ଦରକାର ।

ସମ୍ବିଧାନର ପ୍ରବଧାନକୁ ଦେଖି କାମ କରିବା କଥା । ସେମାନଙ୍କୁ ଓଡ଼ିଶା ସରକାରଙ୍କ ଅଧୀନରେ ରଖାଯାଇଛି । ବିଜୁ ଜନତା ଦଳର କର୍ମୀ ହିସାବରେ କାମ ନକରି ସମ୍ବିଧାନଙ୍କୁ ଆଖି ଆଗରେ ରଖି କାମ କରିବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପରାମର୍ଶ ଦେଇଛନ୍ତି । ସମୟ ସମାନ ରହିବ ନାହିଁ । ସମୟ ବଦଳିବ । ଯେଉଁ ହାତଗଣତି ଅଫିସର ଅଛନ୍ତି, ସେମାନଙ୍କ ଉପରେ ନଜର ରଖାଯାଇଛି । କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲପାଳ ପାଞ୍ଚ ବର୍ଷ ହେଲା କାହିଁକି ସେ ସିଟରେ ଅଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳମାନେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି ।

ଏସ୍ପିମାନେ ସାଧାରଣ ସମ୍ପାଦକ ଭଳି କାମ କରୁଛନ୍ତି । ମୟୁରଭଞ୍ଜ ଘଟଣା ଏହାକୁ ପ୍ରମାଣିତ କରିଦେଇଛି । ଲୋକଙ୍କ ସେବା ନ କରି ଏହି ଅଧିକାରୀମାନେ ବେପାର କରିବାରେ ବ୍ୟସ୍ତ । ଜନତାଙ୍କ ସମସ୍ୟା ବୁଝିବା ପାଇଁ ଜିଲ୍ଲାପାଳମାନଙ୍କ ପାଖରେ ସମୟ ନାହିଁ । ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାପାଳ ୬ ରୁ ୭ ବର୍ଷ ହେଲା ଗାଦିମାଡ଼ି ବସିଛନ୍ତି । ବିରୋଧୀଙ୍କ ଅଭିଯୋଗ ସମ୍ପର୍କରେ ବିଜେଡିର ମତାମତ ମିଳିପାରି ନାହିଁ । ଭୁବନେଶ୍ୱରରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଦୁର୍ଯେ୍ୟାଧନଙ୍କ ସହ ପ୍ରଶାନ୍ତ ଦାସଙ୍କ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ