ଶାସକ ଦଳ ବିରୁଦ୍ଧରେ ଦେବେନ୍ଦ୍ରଙ୍କ ରଣ ହୁଙ୍କାର

ମାହାଙ୍ଗା(ବଡ଼ ଖବର ବ୍ୟୁରୋ): ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ଶୃଙ୍ଖଳା କମିଟି ସଭ୍ୟ ଦେବେନ୍ଦ୍ର ସାହୁ । ଏ ଆଇ ସି ସି ଶ୍ରୀ ସାହୁଙ୍କୁ ଟିକେଟ ଦେବା ପରେ କଂଗ୍ରେସ ଉତ୍ସାହିତ ହୋଇପଡ଼ିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବାଣ ଫୁଟେଇ ବାଜା ବଜେଇ ଦଳୀୟ କର୍ମୀମାନେ ଦେବେନ୍ଦ୍ରଙ୍କୁ ସ୍ୱାଗତ କରିଛନ୍ତି । ଶାସକ ବିଜୁ ଜନତା ଦଳ ବିରୁଦ୍ଧରେ ଯୋରଦାର ଲଢେଇ ହେବ ଏବଂ ମାହାଙ୍ଗାବାସୀ ଜଣେ ଭଲ ନେତାଙ୍କୁ ସେମାନଙ୍କ ପ୍ରତିନିଧି ଭାବେ ନିର୍ବାଚିତ କରିବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ଗାନ୍ଧୀ ଶିକ୍ଷାଶ୍ରମ କଇଥା ଚମ୍ପାପୁର ଠାରୁ କୋଠପଦା ଦେଇ ବ୍ଲକ ସଦର ମହକୁମା କୁଆଁପାଳ ପର୍ୟ୍ୟନ୍ତ ଦେବେନ୍ଦ୍ରଙ୍କୁ ଏକ ବାଇକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ପାଛୋଟି ନେବା ଦେଖିବାକୁ ମିଳିଥିଲା ।

ଚଳିତ ନିର୍ବାଚନରେ ବିଜେଡିରୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନା, ବିଜେପିରୁ ସୁମନ୍ତ ଘଡେଇ, ଆମ ଆଦମୀ ପାର୍ଟିରୁ ସାରଦା ପ୍ରାସାଦ ଦାସ ଏବଂ ସ୍ୱାଧୀନ ଭାବେ ସାରଦା ପ୍ରଧାନ ନିର୍ବାଚନ ଲଢ଼ିବାକୁ ଯାଉଥିବାରୁବେଳେ ଏବେ ରୋଚକ ମୋଡରେ ମାହାଙ୍ଗା ରାଜନୀତି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’