Masthead

ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୁରୀ(ବଡ଼ ଖବର ବ୍ୟୁରୋ):ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ମାନସିକ ପୂଜା କରିବା ସହ ବ୍ରାହ୍ମଣମାନଙ୍କୁ ଦେଇଛନ୍ତି ଭୂରି ଭୋଜନ । ଦୀର୍ଘ ଦୁଇ ଘଣ୍ଡା ଶ୍ରମନ୍ଦିରରେ ରହି ମମତା କରିଛନ୍ତି ବେଢା ପରିକ୍ରମା । ମାତ୍ର ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ କିଛି କହିନାହାନ୍ତି । ମହାପ୍ରଭୁଙ୍କ ଦର୍ଶନ କଲେ ମମତା । ଚକାଆଖିକୁ ଦେଖି ଗଦଗଦ ହୋଇଗଲେ ପଶ୍ଚିମବଙ୍ଗ ସିଏମ୍ । ୩ ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ପୂରା ଦିନ ପୁରୀରେ ଥିଲା ମମତାଙ୍କ ପୋଗ୍ରାମ । ସକାଳେ ବଳିଆପଣ୍ଡାରେ ବୁଲିଦେଖିଥିଲେ ଜାଗା । ଯେଉଁଠି ହେବ ପଶ୍ଚିମବଙ୍ଗର ଅତିଥିଶାଳା । ସାଙ୍ଗରେ ଥିଲେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳ । ଏହାସହ ପଶ୍ଚିମବଙ୍ଗରୁ ମମତାଙ୍କ ସହ ଆସିଥିବା ଅନ୍ୟ ଅତିଥିମାନେ ବି ଉପସ୍ଥିତ ଥିଲେ ।

 

ଅପରାହ୍ନରେ ମମତା ପହଞ୍ଚିଥିଲେ ଶ୍ରୀମନ୍ଦିର । ସିଂହଦ୍ୱାର ଥାନା ସମ୍ମୁଖରେ ଗାଡିରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଚାଲିଥିଲେ ମମତା । ସାଙ୍ଗରେ ଥିଲେ ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଳାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀ ଓ ପଶ୍ଚିମ ବଙ୍ଗରୁ ଆସିଥିବା ୨୪ଜଣିଆ ସ୍ୱତନ୍ତ୍ର ଟିମ୍ । ସିଂହଦ୍ୱାର ଦେଇ ମମତା ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର ଓ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ସହ ମମତା ଶ୍ରୀଜିଉଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ଭିତରେ ଦୀର୍ଘ ଦୁଇଘଣ୍ଟା ବିତାଇଥିଲେ ଦିଦି । ଏହି ସମୟ ଭିତରେ ସେ ମାନସିକ ପୂଜା କରିବା ସହ ଦେଇଥିଲେ ବ୍ରାହ୍ମଣ ଭୋଜନ । ପରେ ନିଜ ଅବଢା ସେବନ କରିବା ସହ ବେଢା ପରିକ୍ରମା କରିଥିଲେ । ଧ୍ୱଜା ବିତରଣ ଓ ଧ୍ୱଜା ନିରୁପଣ ଦର୍ଶନ କରି ନିର୍ମାଣ ନିବାସ ଅଭିମୁଖେ ବାହାରିଥିଲେ । ଆଜି ସେଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସ୍ୱରାଜ୍ୟ ଅଭିମୁଖେ ଯାତ୍ରା କରିବେ । ତେବେ ନବୀନ ଯାହା କହିଥିଲେ ମମତା ଦେହରାଇଛନ୍ତି । ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ମମତା କିଛି କହିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ