Before Header

ବିଧାନସଭା ଭାଗବଣ୍ଟା ପାଖେ ଅଟକିଲା କି ମେଣ୍ଟ କଥା?

0 1,365

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ନା ପ୍ରଶ୍ନବାଚୀ? ଦିଲ୍ଲୀରୁ ଫେରି ଚୁପ ପାଣ୍ଡିଆନ-ପ୍ରଣବ । ଦିଲ୍ଲୀରୁ ଫେରି ମନମୋହନ କହିଲେ ଏକା ଲଢିବୁ । ମନମୋହନ ମନ୍ତବ୍ୟ ପରେ ମେଣ୍ଟ ସମ୍ଭାବନା ଶେଷ କି? ବିଧାନସଭା ଭାଗବଣ୍ଟା ପାଖେ ଅଟକିଲା କି ମେଣ୍ଟ କଥା? ଦିଲ୍ଲୀରେ କାହା ସହ ବୈଠକ କରିଥିଲେ ବବି-ପାଣ୍ଡିଆନ? ବିଜେଡି କାହିଁକି ଏ ପ୍ରସଙ୍ଗରେ କରୁନି ସ୍ପଷ୍ଟ? ୧୧ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସମ୍ପର୍କରେ ସମୀକ୍ଷା କରିବା ସମ୍ଭାବନା । ସେପଟେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ମେଣ୍ଟ ଚର୍ଚ୍ଚାକୁ କରିଛନ୍ତି ଖଣ୍ଡନ । କହିଛନ୍ତି ମଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନି । ଆମେ ରାଜ୍ୟର ସବୁ ସିଟରେ ଲଢିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ୮୦ରୁ ଅଧିକ ସିଟ ପାଇ ସରକାର ଗଢିବୁ । ଲୋକସଭାରେ ୧୬ରୁ ଅଧିକ ସିଟରେ ବିଜୟୀ ହେବୁ । ଖାଲି ସେତିକି ନୁହେଁ ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସମ୍ପର୍କରେ ଦେଇଛନ୍ତି ପ୍ରତିକ୍ରିୟା । କହିଛନ୍ତି ମୋତେ କେହି ଭେଟିନାହାନ୍ତି । ମେଣ୍ଟକଥା ଯିଏ କହୁଛି, ତାକୁ ପଚାର ।

ମେଣ୍ଟ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ । କହିଛନ୍ତି ମୁଖ୍ୟମନ୍ତ୍ରୀ ନେବେ ମେଣ୍ଟ ନିଷ୍ପତ୍ତି । ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ଚାଲିଛି । ମେଣ୍ଟ ହେଲେ ବିଦ୍ରୋହୀ ବାହାରିଲା ଭଳି ଲାଗୁନି । ସିଟ କଟିବ କିନ୍ତୁ ବିଦ୍ରୋହ ହେବା ଭଳି ଲାଗୁନି । ଯିଏ ବିଜେଡି ପ୍ରତି ବିଶ୍ୱସ୍ତ ସେମାନେ ଦଳରେ ରହିବେ । ଲାଭ ହେବା ପାଇଁ ମେଣ୍ଟ କରାଯାଉଛି । ଓଡ଼ିଶା ସ୍ୱାର୍ଥ ଲାଗି ମେଣ୍ଟ ପାଇଁ ଆଗ୍ରହୀ ବା ରାଜି । ମେଣ୍ଟ ହେଉ ବା ନହେଉ ୧୧୦ରୁ ଅଧିକ ସିଟ୍ ଜିତିବାକୁ ଲକ୍ଷ୍ୟ ।

ନୃସିଂହଙ୍କ ୧୧୦ ସିଟ ଜିତିବାକୁ ନେଇ କାଉଣ୍ଟର କରିଛନ୍ତି ଗୋପାଳପୁର ବିଧାୟକ ତଥା ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । କହିଛନ୍ତି ବିଜେପି ଏକାକୀ ଓଡ଼ିଶାରେ ଲଢିବ । ସରକାର କରିବ । ଚଣ୍ଡିଖୋଲ ସଭା ମାଡରେ ବିଜେଡି ଭୟଭୀତ । ସବୁଠି ମୋଦି ମାୟା । ମେଣ୍ଟର ପ୍ରଶ୍ନ ଉଠୁନି । ବିଜେଡିର ଯଦି ଦମ ଅଛି କହୁ ଏକାକୀ ଲଢିବୁ । ଇସବାର ମୋଦି ସରକାର ଆଉ ନାହିଁ ଦରକାର ନବୀନ ସରକାର । ସେପଟେ ବିଜେଡି ସାଂସଦ ମୁନ୍ନା ଖାଁ ମଧ୍ୟ ରଖିଛନ୍ତି ମତ ।

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଦୁଇ ଦଳ ଯାକ ଗୋଟିଏ । ନବୀନ ପଟ୍ଟନାୟକଙ୍କ ଜନ୍ମ ବିଜେପିରୁ । ତାଙ୍କର ନେଗୋସିଏସନ ଚାଲିଛି । ସେ ମେଣ୍ଟ କରନ୍ତୁ ନ କରନ୍ତୁ କଂଗ୍ରେସ ୬ ମାସ ହେଲା ଦୁଆର ଦୁଆର ଯାଇ ଭୋଟ ଭିକ୍ଷା କରୁଛି । ୨୫ ବର୍ଷ ହେଲା ବିକାଶ କରୁଥିଲେ ନା ଖୋଳ କରୁଥିଲେ । ଏବେ କ’ଣ ରାଜ୍ୟ ପାଇଁ ହୃଦୟ ଫାଟି ଯାଉଥିବା କହିଛନ୍ତି ସୁର । ଏଗୁଡାକ ଡ଼୍ରମା । କେବଳ ଇଡ଼ି ଆଉ ସିବିଆଇ ଭୟ ।

ବିଜେପି –ବିଜେଡି ମଧ୍ୟରେ ମେଣ୍ଟ ହେବ ନା ନାହିଁ ସେ ନେଇ ଲାଗି ରହିଛି ସସପେନ୍ସ । ଯଦି ମେଣ୍ଟ ହୁଏ କିଏ ଆସନ ପାଇବ । କିଏ କେତେ ଆସନରେ ଲଢିବ । ମେଣ୍ଟ ଲାଭ ପାଇଁ ନା ଅନ୍ୟ କିଛି ।

Leave A Reply

Your email address will not be published.