Masthead

ସରକାରୀ ସହାୟତା ଅପେକ୍ଷା ରେ ନିରଂଜନ

ନୀଳଗିରି:- ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ର ଅଯୋଧ୍ୟା ଗ୍ରାମ ପଞ୍ଚାୟତ ର ୱାର୍ଡ ନମ୍ବର ୯ ର ବାସିନ୍ଦା ନିରଞ୍ଜନ ଜେନା , ବୟସ ୬0 ବର୍ଷ । ପୂର୍ବରୁ ଦିନ ମଜୁରିଆ ଭାବେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ପକ୍ଷ୍ୟାଘାତ ରୋଗରେ ଆକ୍ରାନ୍ତ । ପରିବାର କହିଲେ ଝିଅ, ପୁଅ ଓ ସ୍ତ୍ରୀ । କିନ୍ତୁ ନିରଞ୍ଜନ ଙ୍କ ଦୁଃଖ କହିଲେ ନସରେ , ନିରଞ୍ଜନ ଙ୍କ ପରିବାର ରେ ଦୁଃଖ ର କଳାବାଦଲ ଘୋଟି ଆସିଲା ସେତେବେଳେ, ଯେତେବେଳେ ତାଙ୍କ ଅଷ୍ଟମ ଶ୍ରେଣୀ ରେ ପାଠ ପଢ଼ୁଥିବା ଝିଅ ସସ୍ମିତା ଜେନା ଦୋଳିରୁ ଖସିପଡି ଗଭୀର ଆଘାତ ପ୍ରାପ୍ତ ହେଲେ । ଦାରିଦ୍ର୍ୟତା ରେ ସଢୁ ଥିବା ପରିବାର ଟି ଅର୍ଥାଭାବ ରୁ ଝିଅ ର ଚିକିତ୍ସା କରାଇବାରେ ଅସଫଳ ହେଲେ , ଆଉ ଝିଅ ସସ୍ମିତା ସବୁଦିନ ପାଇଁ ଶଯ୍ୟାଶାୟୀ ହୋଇଗଲେ । ଏବେ ଝିଅକୁ ବୟସ ଆସି ୨୭ ଛୁଇଁଲାଣି, ଦୀର୍ଘ ୧୫ ବର୍ଷ ଧରି ଝିଅ ଜୀବନ ସହ ଲଢ଼ୁଛି। ନିରଞ୍ଜନ ଙ୍କୁ ପଚାରିବାରୁ କହିଲେକି, “ଔଷଧ କଥା କିଏ ବୁଝୁଚି ଏବେ ଜୀବନ ବଞ୍ଚାଇବାକୁ ଦି’ଓଳି ଦି’ ମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟ” ଆଉ ସରକାରୀ ସହାୟତା ବୋଲି ଝିଅ କୁ ମିଳିଛି ଭିନ୍ନକ୍ଷମ ସାଇକେଲ ଖଣ୍ଡେ । ଝିଅ ସସ୍ମିତା ୭୫ ପ୍ରତିଶତ ଭିନ୍ନକ୍ଷମ ଥିଲେ ସୁଦ୍ଧା ଝିଅ ନାଁ ରେ ଭତ୍ତା ଟିଏ ମଧ୍ୟ ନାହିଁ । ସରକାରୀ ବାବୁଙ୍କର ଦୃଷ୍ଟି ଏ ଗରିବ ପରିବାର ର ଦୁଃଖିନୀ ଝିଅ ଉପରେ ପଡ଼ୁ ଆଉ ତାକୁ ଭିନ୍ନକ୍ଷମ ଭତ୍ତା ଓ ଚିକିତ୍ସା ପାଇଁ ସରକାରୀ ସହାୟତା ମିଳୁ ବୋଲି ଅଞ୍ଚଳବାସୀଙ୍କର ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ