Before Header

କରୁଣାଙ୍କ କରୁଣ କାହାଣୀ

0 38

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରୀ ଯୋଜନାରୁ ବଞ୍ଚିତ କରୁଣାକର । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତର ସାନ ମଇଁଷିଆଡି ଗ୍ରାମର କରୁଣାକର ଜେନା । ଦୀର୍ଘ ୨ବର୍ଷ ଧରି କ୍ୟାନ୍ସରରେ ପିଡୀତ ଥିବା ସ୍ୱଛାସେବୀ ଏବଂ ସରକାରଙ୍କୁ ହାତ ଯୋଡ଼ି ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ସାନ ମଇଁଷିଆଡି ଗ୍ରାମର କରୁଣାକର ଜେନା ବୟସ ୫୦ ବର୍ଷ ।

ଗୋଟିଏ ପୁଅ ଓ ଝିଅଙ୍କୁ ନେଇ ପରିବାର । ସେ ଜଣେ ଦିନ ମଜୁରିଆ । ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଦୀର୍ଘ ୨ବର୍ଷ ଧରି କ୍ୟାନ୍ସରରେ ପିଡୀତ ହେବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । କାରଣ ତାଙ୍କର ପରିବାରେ ସେ ଏକା ରୋଜଗାରିଆ ଅଟନ୍ତି । ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାବେଳେ ପୈତୃକ ଜମି ସାଙ୍ଗକୁ ତାଙ୍କ ସ୍ତ୍ରୀଙ୍କର ସୁନା ଗହଣା ବିକ୍ରି ବଟା କରି ହସ୍ପିଟାଲରେ ଚିକିତ୍ସା ହେଉଥିଲେ ।

ଏବେ ଅପେରେସନ ପାଇଁ ଅଧିକ ଟଙ୍କା ଆବଶ୍ୟକ ଥିବା ଯୋଗୁଁ ସ୍ୱଛାସେବୀ ଏବଂ ସରକାର ଓ ପ୍ରସାଶନଙ୍କୁ ହାତଯୋଡ଼ି ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ତେବେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ସଂଗଠନ କରୁଣାକରଙ୍କୁ ଆର୍ଥିକ ସହଯୋଗ କରିବାକୁ ଚାହାଁନ୍ତି ତେବେ ନିମ୍ନରେ ଦିଆଯାଇଥିବା Account number ଓ Google pay number 07780110033319, 7894155513 ରେ ସହଯୋଗ କରିପାରିବେ ।

Leave A Reply

Your email address will not be published.