Masthead

ମାଗଣା ଭ୍ୟାକ୍ସିନ ଯୋଗାଇବେ ଚିରଞ୍ଜୀବ

ମୁମ୍ବାଇ (ବଡ ଖବର ବ୍ୟୁରୋ): କରୋନାର ଭୟାବହତା ବଢି ବଢି ଚାଲିଥିବା ବେଳେ କୋରୋନାରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସରକାର ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କିନ୍ତୁ କରୋନା ସଂକ୍ରମଣ ଏତେ ମାତ୍ରାରେ ବଢିଲାଣି ଯେ ଭ୍ୟାକ୍ସିନର ଅଭାବ ଦେଖା ଦେଇଛି । ଏହାରି ମଧ୍ୟରେ ସାଉଥ ସୁପରଷ୍ଟାର ଚିରଞ୍ଜୀବି ସରକାରଙ୍କୁ ଏ ଭ୍ୟାକ୍ସିନ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି । ସେ ସିନେ ୱାରକର୍ସ ଓ ସାମ୍ବାଦିକଙ୍କ ପାଇଁ ମାଗଣାରେ ଭ୍ୟାକ୍ସିନ ଦେବାର ଘୋଷଣା କରିଛନ୍ତି । ଏ ନେଇ ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଚିରଞ୍ଜୀବିଙ୍କ ନେତୃତ୍ୱରେ ଚାଲୁଥିବା କୋରୋନା କ୍ରାଇସିସ ସଙ୍ଗଠନ ଆପୋଲୋ ହେଲଥ ସହ ମିଶି ଏହାକୁ ଘୋଷଣା କରିଛନ୍ତି । ମାଗଣା ଭ୍ୟାକ୍ସିନ ସହ ଅନ୍ୟାନ ମେଡିକାଲ ସପ୍ଲାଇ ମଧ୍ୟ କମ ଦାମରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ପ୍ରକ୍ରିୟାରେ ୪୫ ବର୍ଷରୁ ଉର୍ଦ୍ଧ ବୟସର ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବାର ଯୋଜନା କରାଯାଇଛି । ଏହାସହ ଚିରଞ୍ଜୀବି କହିଛନ୍ତି ଯେ ଭ୍ୟାକ୍ସିନ ଦେବା ପାଇଁ ସିନେ ୱାରକର୍ସ ମାନେ ସେମାନଙ୍କ ସହ ନିଜ ପତ୍ନୀଙ୍କୁ ମଧ୍ୟ ଆଣିପାରିବେ । ଗୋଟିଏ ମାସ ପର୍ୟ୍ୟନ୍ତ ଏହି ଭ୍ୟାକ୍ସିନ ପ୍ରକ୍ରିୟା ଚାଲିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା