ମାଗଣା ଭ୍ୟାକ୍ସିନ ଯୋଗାଇବେ ଚିରଞ୍ଜୀବ

ମୁମ୍ବାଇ (ବଡ ଖବର ବ୍ୟୁରୋ): କରୋନାର ଭୟାବହତା ବଢି ବଢି ଚାଲିଥିବା ବେଳେ କୋରୋନାରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସରକାର ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କିନ୍ତୁ କରୋନା ସଂକ୍ରମଣ ଏତେ ମାତ୍ରାରେ ବଢିଲାଣି ଯେ ଭ୍ୟାକ୍ସିନର ଅଭାବ ଦେଖା ଦେଇଛି । ଏହାରି ମଧ୍ୟରେ ସାଉଥ ସୁପରଷ୍ଟାର ଚିରଞ୍ଜୀବି ସରକାରଙ୍କୁ ଏ ଭ୍ୟାକ୍ସିନ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି । ସେ ସିନେ ୱାରକର୍ସ ଓ ସାମ୍ବାଦିକଙ୍କ ପାଇଁ ମାଗଣାରେ ଭ୍ୟାକ୍ସିନ ଦେବାର ଘୋଷଣା କରିଛନ୍ତି । ଏ ନେଇ ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଚିରଞ୍ଜୀବିଙ୍କ ନେତୃତ୍ୱରେ ଚାଲୁଥିବା କୋରୋନା କ୍ରାଇସିସ ସଙ୍ଗଠନ ଆପୋଲୋ ହେଲଥ ସହ ମିଶି ଏହାକୁ ଘୋଷଣା କରିଛନ୍ତି । ମାଗଣା ଭ୍ୟାକ୍ସିନ ସହ ଅନ୍ୟାନ ମେଡିକାଲ ସପ୍ଲାଇ ମଧ୍ୟ କମ ଦାମରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ପ୍ରକ୍ରିୟାରେ ୪୫ ବର୍ଷରୁ ଉର୍ଦ୍ଧ ବୟସର ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବାର ଯୋଜନା କରାଯାଇଛି । ଏହାସହ ଚିରଞ୍ଜୀବି କହିଛନ୍ତି ଯେ ଭ୍ୟାକ୍ସିନ ଦେବା ପାଇଁ ସିନେ ୱାରକର୍ସ ମାନେ ସେମାନଙ୍କ ସହ ନିଜ ପତ୍ନୀଙ୍କୁ ମଧ୍ୟ ଆଣିପାରିବେ । ଗୋଟିଏ ମାସ ପର୍ୟ୍ୟନ୍ତ ଏହି ଭ୍ୟାକ୍ସିନ ପ୍ରକ୍ରିୟା ଚାଲିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!