Masthead

ସାରା ଦେଶରେ କରୋନା ଟିକା ଦେବା ପାଇଁ ଦରକାର ୮୦ ହଜାର କୋଟି ଟଙ୍କା !

ସାରା ଦେଶରେ କରୋନା ଟିକା ଦେବା ପାଇଁ ଦରକାର ୮୦ ହଜାର କୋଟି ଟଙ୍କା ।ଏଥିପାଇଁ ସରକାର ପ୍ରସ୍ତୁତ କି ? ଏନେଇ ପିଏମଓକୁ ସେରମ୍ ଇନଷ୍ଟିଚ୍ୟୁଟ ମୁଖିଆଙ୍କ ପ୍ରଶ୍ନ । ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦାର ପୁନାବାଲା ଟ୍ୱିଟ୍ କରି ପଚାରିଛନ୍ତି । ସେହିପରି ସାରା ଦେଶରେ କରୋନା ଟିକା ଦେବା ପାଇଁ କେତେ ପ୍ରସ୍ତୁତ ସରକାର ?ଆସନ୍ତା ବର୍ଷ ପାଇଁ ରହିଛି କି ୮୦ ହଜାର କୋଟି ଟଙ୍କା ? ଦେଶର ୧୩୦ କୋଟି ଲୋକଙ୍କୁ ଟିକା ଦେବା ନେଇ ଦେଶ କେତେ ପ୍ରସ୍ତୁତ ସେନେଇ ସେ କରିଛନ୍ତି ପ୍ରଶ୍ନ । କାରଣ ଦେଶବାସୀଙ୍କୁ କିପରି ସୁଵିଧାରେ ଟିକା ମିଳିଵ ସେନେଇ କଂପାନୀ ଆଗୁଆ ଯୋଜନା ପ୍ରସ୍ତୁତ କରିଵ । ଏବେ ପିଏମଓ ଏହାର ଉତ୍ତର କଣ ରଖିଵ ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଦେଶରେ ଅଗ୍ରଣୀ ଔଷଧ ନିର୍ମାତା ଏହି ସେରମ ଇନଷ୍ଟିଚ୍ୟୁଟ୍ “କୋଭିସିଲଡ୍” ନାମରେ କରୋନା ଟୀକା ପ୍ରସ୍ତୁତିକୁ ଜୋରସୋର କରିଛି । ଚଳିତ ଵର୍ଷ ଶେଷ ସୁଦ୍ଧା ଏହି ଟୀକା ଵଜାରରେ ଉପଲଵ୍ଧ ହେଵାର ଆଶା କରାଯାଉଛି ।
ଗୋଟିଏ ପଟେ ଦେଶରେ ବଢି ବଢି ଚାଲିଛି ସଂକ୍ରମଣ । ଦିଲ୍ଲୀ ଓ ମୁମ୍ବାଇ ଭଳି ପ୍ରମୁଖ ସହର ସମେତ ୧୦ଟି ରାଜ୍ୟରେ ଏବେ ସଂକ୍ରମଣ ସରକାରଙ୍କ ନିଦ ହଜାଇଛି । ତେଵେ କରୋନା ଟିକା ଆସିଲେ ସଂକ୍ରମଣରେ ରୋକ୍ ଲାଗିଵ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ