ବାରହା ମମତାରେ ବନ୍ଧା ମହିଳା

କେନ୍ଦୁଝର(ବଡ ଖବର ବ୍ୟୁରୋ): ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ । ପଶୁ ପ୍ରେମରେ ପାଗଳ ହେବାକୁ ପଛେଇ ନାହାନ୍ତି ଜଣେ ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ ଅଧିନରେ ଥିବା ବିମଳା ଫରେଷ୍ଟ ବିଟରେ । ୨ ବର୍ଷ ପୂର୍ବରୁ ଜଙ୍ଗଲରୁ ଏକ ବାରହା ଶାବକକୁ କୋଲେଇ ଆଣିଥିଲେ କୁନ୍ତଳା କୁମାରୀ । କେବଳ କୋଳେଇ ଆଣିଥିଲେ ତା ନୁହଁ ମା’ପରି କୋଳେଇ କାଖେଇ ଛୋଟ ଶାବକରୁ ବଡ କରିଥିଲେ । ଗୀତ ଗାଉଥିଲେ ଆଉ କୋଳରେ ରଖି ଆଉଁସି ଆଉଁସି ଶୁଆଇ ଦେଉଥିଲେ । ଶିଶୁ ଶାବକଟି କୁନ୍ତଳା କୁମାରୀଙ୍କ ଠାରୁ ମା’ ସ୍ନେହ ପାଇ ଏବେ ବଡ ହୋଇଗଲାଣି । ହେଲେ ଜଙ୍ଗଳ ଜନ୍ତୁ ରଖିବା ଅପରାଧ ବୋଲି ଲୋକ ମାନେ ବନବିଭାଗରେ ଅଭିଯୋଗ କରିଥିଲେ ।

ପରେ ବନବିଭାଗ ଜନ୍ତୁକୁ ଉଦ୍ଧାର କରିବା ସହ ମହିଳା ଜଣଙ୍କୁ ତେଲକୋଇ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରିଥିଲେ । ବନବିଭାଗ କର୍ମଚାରୀ ମହିଳାଙ୍କୁ ଜଙ୍ଗଲ ଆକ୍ଟ ବିଷୟରେ ବୁଝାଇ ବାରହାକୁ ପୁଣି ଜଙ୍ଗଳରେ ଛାଡିଦେଇଥିଲେ । କିନ୍ତୁ ମହିଳା ଜଣଙ୍କ ପାଗେଳି ହୋଇ ବାରହାକୁ ଖୋଜି ଖୋଜି ଏବେ ଜଙ୍ଗଲ ସାରା ଘୁରି ବୁଲୁଛନ୍ତି । ସେ କହୁଛନ୍ତି, ମୋ ଛୁଆ ଭୋକରେ ଥିବା ମୋ ଡାକ ଶୁଣିଲେ ଫେରି ଆସିବ । ମୁଁ ଘରକୁ ନେଇ ପୁଣି ତାର ଯତ୍ନ ନେବି । ଅନ୍ୟପଟେ ଘରେ ଜଙ୍ଗଲ ଜନ୍ତୁଙ୍କୁ ପାଳିବା ଅନୁଚିତ ବୋଲି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ କହିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ