ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସି ହଟହଟା ହେଲେ କ୍ରୀଡା ମନ୍ତ୍ରୀ

କାକଟପୁର(ବଡ଼ ଖବର ବ୍ୟୁରୋ): ରଖିଲେନି ପ୍ରତିଶ୍ରୁତି, ମନ୍ତ୍ରୀ ହଟହଟା । ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସି ହୀନସ୍ଥା ହେଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ । ଖାଲି ମନ୍ତ୍ରୀ ନୁହନ୍ତି ବାଦପଡିଲେନି ବ୍ଲକ ଚେୟାରମ୍ୟାନ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଅସ୍ତରଙ୍ଗ ବିଡିଓ, ପ୍ରଶାସନିକ ଅଧିକାରୀ । ସମସ୍ତଙ୍କୁ କରାଗଲା ଘେରାବନ୍ଦୀ । ପୁରୀ ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ତଣ୍ଡାହାର ଗ୍ରାମବାସୀଙ୍କ କ୍ଷୋଭ ସାମ୍ନାକୁ ଆସିଛି ।

ରାସ୍ତା ସମସ୍ୟା ନେଇ ଦୀର୍ଘ ବର୍ଷ ହେଲା ଜଣାଇ ଆସୁଥିଲେ ଗ୍ରମାବାସୀ । ହେଲେ ଶୁଣୁନଥିଲା ପ୍ରଶାସନ । ମନ୍ତ୍ରୀ ଆସିବେ ବୋଲି ମାଟି ରାସ୍ତାରେ ପକାଇଥିଲେ ବାଲିବସ୍ତା । ଗାଁ ଭିତରକୁ ମନ୍ତ୍ରୀ ପଶିଲେ, ବାଲିବସ୍ତା କାଢିଲେ ଲୋକେ । ଯାହା ଫଳରେ ଗାଁରୁ ଫେରିପାରି ନଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ପ୍ରତି ଜିଲ୍ଲାକୁ ଯାଇ ନୂଆ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ । ସେଇଭଳି ମନ୍ତ୍ରୀ ତୁଷାରକାନ୍ତି ବେହେରା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗାଁକୁ ଯାଇଥିଲେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ । ଦୀର୍ଘ ଦିନ ଧରି ଲୋକଙ୍କ ସମସ୍ୟା କାକଟପୁର ବିଧାୟକ ଶୁଣୁନଥିବାରୁ ଲୋକେ ତାତିଥିଲେ । ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାକୁ ସମୟ ମିଳଛି ହେଲେ ରାସ୍ତା ତିଆରିକୁ କାହିଁକି ସମୟ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

ଯୁବକଙ୍କୁ ଗିରଫ କରିବାର ଧମକ ମଧ୍ୟ ଦେଇଛନ୍ତି । ସେପଟେ ପୁଣି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିକାଶ ନାହିଁ କିନ୍ତୁ କାର୍ଡ ବାଣ୍ଟି ଭୋଟ ହାତେଇବାକୁ ଆସିଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ହେଲେ ଜବାବ ଦେଲେ ଗ୍ରାମବାସୀ । ଲୋକ ପ୍ରତିନିଧିଙ୍କୁ ଲୋକେ ବିକାଶ ଓ ସତ ଦେଖାଇଦେଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ